କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): କେନ୍ଦ୍ରାପଡା ପାଟକୁରା ନିର୍ବାଚନରେ ଏଗାର ରାଉଣ୍ଡରେ ବିଜେପି ପ୍ରାର୍ଥୀ ପାଖାପାଖି ୨୦୦ ଣୁ ଅଧିକ ଭୋଟରେ ଆଗେଇଛନ୍ତି । ମାତ୍ର ପୁରା ଭୋଟକୁ ଯଦି ନଜର ଦେବା ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୪ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଥିବା ଜଣା ପଡିଛି ।
୧୧ ରାଉଣ୍ଡରେ ବିଜେଡିକୁ ୪୮୬୮ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୫୦୯୯ ଖଣ୍ଡ ଭୋଟ, କଂଗ୍ରେସକୁ ମାତ୍ର ୬୮ ଖଣ୍ଡ ଭୋଟ ମିଳିଛି । ନୋଟାକୁ ୧୪ ଖଣ୍ଡ ଭୋଟ ମିଳିଛି । ସେପଟେ ପୁର ଭୋଟକୁ ନଜର ଦେଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଆଗରେ ରହିଛନ୍ତି । ସାବିତ୍ରୀ ୧୧ ରାଉଣ୍ଡ ଶେଷ ସୁଦ୍ଧା ୬୯୬୯୬ ଏବଂ ବିଜୟଙ୍କୁ ୫୩୫୫୨ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତଙ୍କୁ ୧୬୯୩ ଖଣ୍ଡ ଭୋଟ ପାଇଛନ୍ତି ।