ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୁକ୍ରବାର ହେଉଛି ଦେବୀ ଶକ୍ତିଙ୍କ ଦିନ । ଶୁକ୍ରବାର ଦିନ ଦେବୀ ଶକ୍ତିଙ୍କ ପୂଜା କରିବା ଦ୍ୱାରା ମନବାଂଛିତ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ଶ୍ରଦ୍ଧାଳୁ ମାନଙ୍କୁ ମନସ୍କାମନା ମା ପୂରଣ କରିଥାନ୍ତି । ଏହି ଦିନ ମା’ ସନ୍ତୋଷୀଙ୍କ ବିଶେଷ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ମା’ ସନ୍ତୋଷୀଙ୍କ ପୂଜା ଓ ବ୍ରତ କରି ଗୁଡ, ଚଣା ଡାଲି ଭୋଗ ଲଗାଇବା ଉଚିତ୍ । ଏହି ଦିନ ଖଟା ଜାତୀୟ ଖାଦ୍ୟକୁ ଛୁଇଁବା ଏବଂ ଖାଇବା କଥା ନୁହେଁ । ଏହାସହିତ ଗୁଡ, ଚଣା ପୂଜା କରି ଗାଇକୁ ଖୁଆନ୍ତୁ ଏବଂ ସନ୍ତୋଷୀ ମା’ଙ୍କ କଥା ବ୍ରତ ଶୁଣନ୍ତୁ । ଆଜି ଆମେ ଏଭଳି ଏକ ପବିତ୍ର ଗାଥା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶ୍ରଦ୍ଧାପୂର୍ବକ ପାଳନ କରିବା ଏବଂ ଶୁଣିବା ଦ୍ୱାରା ଘରେ ସମସ୍ତ ପ୍ରକାରର ସୁଖ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଦେବୀ ନିଜ ଶରୀରରେ ଅନେକ ରୂପ ଧାରଣ କରିଥାନ୍ତି । ସଂସାରର ସୁଖ ଖୋଜୁଥିବା ଲୋକ ଅନେକ ସ୍ଥାନରେ ଏହି ଦେବୀଙ୍କ ପ୍ରଭାବ ଦେଖିଥିବେ । ଜଗତର ସମସ୍ତ ପଦାର୍ଥ ଉପରେ ରାଜ୍ କରୁଥିବା ଅଲୌକିକ ସତାର ରୂପ ଆପଣ ଆପଣଙ୍କ ନେତ୍ରରେ ଦେଖି ପାରିବେ ନାହିଁ, କାରଣ ଏ ସର୍ବତ୍ର ଉପସ୍ଥିତ ହୋଇ ବି ନିରାକର ଏବଂ ଅଗୋଚର ହୋଇଥାନ୍ତି ।
ମାତା ଉମାଙ୍କ ଏହାର ରୂପ କହି ଭଗବାନ ଶଙ୍କର କହିଛନ୍ତି କି, ପ୍ରତ୍ୟକ୍ଷ ରୂପେ ପ୍ରଭୁଙ୍କୁ ଦେଖିବାର ଅଛି ଯଦି ନିଜ ହୃଦୟରୁ ପ୍ରେମରେ ଦେଖ, ଯେତେବେଳେ ପ୍ରଭୁଙ୍କ ଦ୍ୱାରପାଳ ଜୟ- ବିଜୟ ଶ୍ରାପ ଯୋଗୁଁ ରାବଣ ଏବଂ କୁମ୍ଭକର୍ଣ୍ଣ ହୋଇଥିଲେ ତେବେ ତାଙ୍କ ଅତ୍ୟାଚାରରେ ଦୁଃଖିତ ହୋଇ ଦେବତାମାନେ ସର୍ବରକ୍ଷକ ନାରାୟଣଙ୍କୁ ପ୍ରର୍ଥନା କଲେ । କହିଲେ ହେ ପ୍ରଭୁ ରକ୍ଷା କର, ପରନ୍ତୁ ଏହାପରେ ପ୍ରଭୁ ପ୍ରକଟ ହୋଇନଥିଲେ, ସେହି ସମୟରେ ଭଗବାନ ଶଙ୍କର କହିଲେ ଦୁରକୁ କାହିଁକି ଯାଉଛୁ, ପ୍ରଭୁଙ୍କୁ ନିଜ ହୃଦୟରେ ଖୋଜ ।