ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ପରେ ,ପେଣ୍ଟାଗନ ପକ୍ଷରୁ ୬୭୦ କୋଟି ଟଙ୍କାର ସୈନ୍ୟ ବିକ୍ରିକୁ ମଞ୍ଜୁର ଦେବା ନିଷ୍ପତି ବିଷୟରେ କଂଗ୍ରେସକୁ ଅନୁସୂଚିତ କରାଯାଇଛି । ଏଥିରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର ଉପରେ ୨୪ ଘଣ୍ଟା ଯାଏଁ ନଜର ରଖାଯାଇ ପାରିବ ।
ଆମେରିକାର ଅଧିକାରୀ କହିଛନ୍ତି କି ପାକିସ୍ତାନକୁ ଦିଆଯିବାର ଥିବା ସୁରକ୍ଷା ସହାୟତା ଉପରେ ରୋକ ଲଗାଇବାର ଟ୍ରମ୍ପଙ୍କ ୨୦୧୮ ର ଆଦେଶ ଏବେ ବି ଲାଗୁ ଅଛି । ମାତ୍ର ଏବେକାର ନିଷ୍ପତି ଦ୍ୱାରା ପାକିସ୍ତାନରେ ଏଫ୍-୧୬ ଯୁଦ୍ଧ ବିମାନ ଉପରେ ଚବିଶ ଘଣ୍ଟା ନଜର ରଖିବାରେ ସହାୟକ ମିଳିବ ।
ଆମରେିକା ବିଦେଶ ମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି, ସୁରକ୍ଷା ସହାୟତାରେ ରୋକ ଲଗାଇବାରେ ଟ୍ରମ୍ପଙ୍କ ୨୦୧୮ ର ଆଦେଶରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଯାହାକୁ ଏହି ସପ୍ତାହରେ ରାଷ୍ଟ୍ରପତି ପୁର୍ନବାର ଦୋହରାଇ ଥିଲେ । ଏହାସହିତ ସେ ଶୁକ୍ରବାର ଦିନ ପେଣ୍ଟାଗନ ଦ୍ୱାରା ଏହି ସମ୍ବନ୍ଧରେ ପଠାଯାଇଥିବା ଅଧିସୂଚନାକୁ ଉଠାଇଛନ୍ତି ।
ସେ କହିଛନ୍ତି, ଏହି ପ୍ରସ୍ତାବ ଦ୍ୱାରା ଚବିଶ ଘଣ୍ଟା ନଜର ରଖୁଥିବା ଆମେରିକା କର୍ମୀଙ୍କ ଲଗାତର ଭାବେ ଉପସ୍ଥିତି ହିଁ ଆମେରିକା ପ୍ରାଦ୍ଦୋଗିକିର ରକ୍ଷା ହେବ , ଯାହାଦ୍ୱାରା ଆମେରିକାର ବିଦେଶ ନୀତି ଏବଂ ରାଷ୍ଟ୍ରୀୟ ସୁରକ୍ଷାକୁ ଶକ୍ତି ମିଳିବ ।
ସେପଟେ ରକ୍ଷା ସୁରକ୍ଷା ଏଜେନ୍ସ ଏକ ବୟାନରେ କହିଛନ୍ତି, ବିଦେଶ ମନ୍ତ୍ରାଳୟ ଏଫ-୧୬ କାର୍ଯ୍ୟକ୍ରମକୁ ସହଯୋଗ କରିବା ପାଇଁ ଟେକନିକ ସୁରକ୍ଷା ଦଳ (ଟିଏସଟି) ପାଇଁ ପାକିସ୍ତାନକୁ ୬୭୦ କୋଟି ଟଙ୍କା ର ସମ୍ଭାବିତ ବିଦେଶ ସୈନ୍ୟ ବିକ୍ରିର ମଞ୍ଜୁର ଦେବାର ନିର୍ଣ୍ଣୟ ନେଇଛନ୍ତି ।
ଶୁକ୍ରବାର ପେଣ୍ଟାଗନ ପକ୍ଷରୁ ସମ୍ଭାବିତ ବିକ୍ରି ବିଷୟରେ କଂଗ୍ରେସକୁ ସୂଚିତ କରି ଆବଶ୍ୟକୀୟ ପ୍ରମାଣ ପତ୍ର ଦିଆଯାଇଛି । ଭାରତ ବିପକ୍ଷରେ ପାକିସ୍ତାନ ଏଫ୍-୧୬ ଯୁଦ୍ଧ ବିମାନ ବ୍ୟବହାର କରିସାରିଛି ।