ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର କ୍ୟାପ୍ଟେନ ବିରାଟ କୋହଲିଙ୍କ ଅଧ୍ୟକ୍ଷତାରେ ଆଜି ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଦଳ ମୁମ୍ବାଇରୁ ଯାତ୍ରା କରିବ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳକୁ ଟେଷ୍ଟ, ୱାନଡେ ଏବଂ ଟି୨୦ ଖେଳିବାକୁ ପଡିବ । ସେଥିପାଇଁ ଦଳ ଯାତ୍ରା କରିବା ପୂର୍ବରୁ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିବେ । ଏବେ କ୍ରିକେଟ ଫ୍ୟାନ୍ସମାନଙ୍କ ନଜର କେବଳ ଗୋଟିଏ କଥାରେ ଅଟିକି ରହିଛି କି କୋହଲି ଏବଂ ରୋହିତଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ସେ ଏହି ସାମ୍ବାଦିକ ସମ୍ମିଳନୀ ଜବାବ ଦେବେ କି ନାହିଁ ।
ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଥିଲା କି ଭାରତୀୟ କ୍ରିକେଟ ଟିମ୍ ସୋମବାର ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଯାତ୍ରା କରିବେ । ଗସ୍ତ ପୂର୍ବରୁ ଟିମ୍ ର ଅଧିନାୟକ ବିରାଟ କୋହଲି ସନ୍ଧ୍ୟା ୬ଟା ସମୟରେ ମୁମ୍ବାଇରେ ସାମ୍ବାଦିକଙ୍କ ସହ ଆଲୋଚନା କରିବେ ।
ଏହାପୂର୍ବରୁ ଶୁଣିବାକୁ ମିଳିଥିଲା କି ସାମ୍ବାଦିକ ସମ୍ମିଳନୀ ନକରି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ବାହାରିବ । ଏହାର କାରଣ ରୋହିତ ଶର୍ମା ଏବଂ କୋହଲିଙ୍କ ମଧ୍ୟରେ ଚାଲିଥିବା ବିବାଦ । ସାଧାରଣତଃ ଯେତେବେଳେ ବି ଭାରତୀୟ ଟିମ୍ କୌଣସି ଗସ୍ତରେ ବାହାରେ ଏହାପୂର୍ବରୁ କୋଚ ଏବଂ କ୍ୟାପ୍ଟେନ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିଥାନ୍ତି ।
ସେପଟେ ବିରାଟ ଏବଂ ରୋହିତ ଦୁହେଁ ମିଡିଆ ସାମ୍ନାରେ ନିଜ ଭିତରେ ଚାଲିଥିବା ବିବାଦ କୁ ନେଇ ମୁହଁ ଚୁପ୍ ରଖିଛନ୍ତି । ଦୁହିଁଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ । ନିକଟରେ ବିସିସିଆଇର ସିନିୟର ଅଧିକାରୀ କହିଥିଲେ କି , ବୋର୍ଡ ପକ୍ଷରୁ ଖେଳାଳିମାନଙ୍କ ସହିତ ଆଲୋଚନା ହୋଇଥିଲା ଏବଂ ଆପୋଷ ମତଭେଦକୁ ଦୂର କରି ଏକତାର ସନ୍ଦେଶ ଦେବାପାଇଁ କୁହାଯାଇଥିଲା ।
ମିଡିଆ ରିପୋର୍ଟ ମୁତାବକ, ସିଓଏ ,ଖେଳାଳୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଟିମ୍ ରେ ସବୁକିଛି ଠିକ୍ ଅଛି ବୋଲି କହିଥିଲେ ।