ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଣ୍ଟ୍ରୋଭସି କୁଇନ କୁହାଯାଉଥିବା ରାନୀ ପଣ୍ଡା ପୁଣିଥରେ ବିଦାଦ ଘେରରେ ରହିଛନ୍ତି । ତେବେ ଏଥର କୌଣସି ଅଶ୍ଳୀଳ ନାଚ କିମ୍ବା ମନ୍ତବ୍ୟ ପାଇଁ ନୁହେଁ । ତାଙ୍କ ଜୀବନ ଶୈଳୀକୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମ ଏବଂ ଯାତ୍ରାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତିି । ଫିଲ୍ମ ପ୍ରଯୋଜକ ଏବଂ ଯାତ୍ରା ପ୍ରଯୋଜକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଅଦାଲତରେ କେସ କରିବା ପର୍ଯ୍ୟନ୍ତ କଥା ଉଠିଛି । ତେବେ ସେ ଯାହା ବି ଯାତ୍ରା ଏବଂ ଫିଲ୍ମ ଦୁଇଟି ଯାକ ଫର୍ମାଟରେ ଅଭିନୟର ମୁଖ୍ୟ ଭୂମିକାରେ ଆସିଛନ୍ତି ରାନୀ । ଏଣୁ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।
ଚଳିତ ବର୍ଷ ଯାତ୍ରା ସଚ୍ଚିତାନନ୍ଦମ ରାନୀ ପଣ୍ଡାଙ୍କୁ ନେଇ ଏକ ନାଟକ କରିବାକୁ ଯାଉଛି । ଯେଉଁଥିରେ ରାନୀଙ୍କ ବାୟୋପିକ ରହିଥିବା ଶୁଣିବାକୁ ମିଳୁଛି । ଅପରପକ୍ଷରେ ଓଡିଆ ପ୍ରଯୋଜକ ସଂଜୟ ନାୟକ ଏକ ଫିଲ୍ମ ନିର୍ମାଣ କରିଛନ୍ତି । ଏଥିରେ ମଧ୍ୟ ରାନୀ ଅଭିନୟ କରିଛନ୍ତି । ଫିଲ୍ମର ସୁଟିଂ ଚାଲିଥିବା ବେଳେ ଅପେରାର ରିୟସସିୟଲ ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ତେବେ ଯାତ୍ରା ସଚ୍ଚିତାନନ୍ଦମ ଏହି ନାଟକଟିକୁ ଆସନ୍ତା ୧୪ ତାରିଖରେ ମଞ୍ଚସ୍ଥ କରିବ ବୋଲି ସୂଚନା ଦେଇଛି ।
ଏହି ନାଟକକୁ ନେଇ ଫିଲ୍ମ ପ୍ରଯୋଜକ ଚିନ୍ତାରେ ଅଛନ୍ତି । ଏବଂ ଅଦାଲତର ଦ୍ୱାରସ୍ଥ ହେବା ପାଇଁ ଚେତାବନୀ ମଧ୍ୟ ଦେଇଥିବା ଶୁଣିବାକୁ ମିଳୁଛି । କାରଣ ସେ ଅଭିଯୋଗ କରୁଛନ୍ତି ଯାତ୍ରାର କାହାଣୀ ସହିତ ଫିଲ୍ମ କାହାଣୀ ମଧ୍ୟ ସମାନ ରହିଛି । ତେବେ ଯାତ୍ରା ଆଗ ପରିବେଶଣ ହେଲେ ପରେ କେହି ଫିଲ୍ମକୁ ଦେଖିବା ପାଇଁ ଯିବେ ନାହିଁ । ତେବେ ରାନୀ ଫିଲ୍ମ ଏବଂ ଯାତ୍ରାଂ ଦୁଇଟି ଯାକରେ ମୁଖ୍ୟ ଭୂମିକାରେ ରହିଛନ୍ତି ।
ରାନୀ କହିଛନ୍ତି କି ଫିଲ୍ମ କାହାଣୀ ଏବଂ ଯାତ୍ରା କାହାଣୀ ମଧ୍ୟରେ ସାମଞ୍ଜସ୍ୟ ରହିଛି । ଯାତ୍ରା ମାଲିକ ଏବଂ କଳାକାରମାନେ ଏଭଳି କହିଛନ୍ତି । ତେବେ ଫିଲ୍ମ ପ୍ରଯୋଜକ କହିଛନ୍ତି କି ଉମୟ କାହାଣୀ ସମାନ ରହିଛି । ଏଣୁ ସେ ଅଦାଲତର ସହାୟତା ନେଇ ପାରନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଉଭୟ କିପରି ଗୋଟିଏ କାହାଣୀ କରିଛନ୍ତି । ପୂର୍ବରୁ କଣ ଜାଣିନଥିଲେ । ଯଦିଓ ଯାତ୍ରା ପ୍ରଯୋଜକ ଏବଂ ଫିଲ୍ମ ପ୍ରଯୋଜକ ଜାଣି ନାହାଁନ୍ତି ରାନୀ ତ ଜାଣିଥିବେ ନାଁ । କାରଣ ସେ ନିଜେ ଅଭିନୟ କରୁଛନ୍ତି ।
ସେ ଯାହା ବି ହେଉ ରାନୀ ବିଦାଦରୁ ଦୂରେଇ ରହିଲେ ବି ତାଙ୍କ ପଛ ବିବାଦ ଛାଡିବାର ନାଁ ଧରୁନି । ସବୁବେଳେ ସେ ବିବାଦ ଘେରକୁ ଟାଣି ହୋଇ ଯାଉଛନ୍ତି । ଖଣ୍ଡଗିରି ଯାତ୍ରା ସମୟରେ ତାଙ୍କ ଅଶ୍ଳୀଳ ନାଚକୁ ନେଇ କିଛି ଦିନ ବେଶ ଚର୍ଚ୍ଚା ହୋଇଥିଲା । ଏବଂ ସମଗ୍ର ଯାତ୍ରା ଜଗତକୁ ମଧ୍ୟ କେତେକ ଲୋକ ନିନ୍ଦା କରିଥିଲେ । ତେବେ ଏହି ଘଟଣାକୁ ୬ମାସ ବିତିନାହିଁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ରାନୀ ।