ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିନା ସବସିଡି ରୋଷେଇ ସିଲିଣ୍ଡର ଗ୍ରାହକଙ୍କ ପାଇଁ ଖୁସି ଖବର । ବୁଧବାର ଏହି ସିଲିଣ୍ଡର ଉପରେ ୬୨.୫୦ ଟଙ୍କା କମ କରାଯାଇଛି । ଅନ୍ତରାଷ୍ଟ୍ରୀୟ ବଜାରର ଦର ହ୍ରାସ ହେବା ଯୋଗୁଁ ଏହି ଦାମ୍ କମ କରାଯାଇଛି । ଯାହାଫଳରେ ଏବେ ସାଧାରଣ ଲୋକଙ୍କୁ ମହଙ୍ଗା ମାଡରୁ ରକ୍ଷା ମିଳିବ ।
ଏନେଇ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) କହିଛନ୍ତି କି, ବିନା ସବସିଡି କିମ୍ବା ବଜାର ମୂଲ୍ୟରେ ମିଳୁଥିବା ଏଲିପିଜି ର ସିଲିଣ୍ଡର ପ୍ରତି ଦର ୫୭୪.୫୦ ଟଙ୍କା କରାଯାଇଛି । ନୂତନ ଦର ବୁଧବାର ରାତିରୁ ଲାଗୁ ହେବ । ସବସିଡି ଲାଗୁହୋଇଥିବା ୧୨ ଟି ସିଲିଣ୍ଡରର କୋଟା ଶେଷ ହେବା ପରେ ଯାଇ ଗ୍ରାହକଙ୍କୁ ବିନା ସବସିଡି ସିଲିଣ୍ଡର ଉପଯୋଗ କରିବାକୁ ପଡିଥାଏ ।
କମ୍ପାନୀ ଅନୁସାରେ, ଏହାପୂର୍ବରୁ ଜୁଲାଇ ଆରମ୍ଭାରେ ବିନା ସବସିଡି ଏଲପିଜି ଦରରେ ୧୦୦.୫୦ ଟଙ୍କା ପ୍ରତି ସିଲିଣ୍ଡର ରେ ହ୍ରାସ କରାଯାଇଥିଲା । ଏହାକୁ ମିଶାଇ ଜୁଲାଇ ମାସରେ ବିନା ସବସିଡି ଏଲପିଜି ସିଲିଣ୍ଡରର ଦର ୧୬୩ ଟଙ୍କା ହ୍ରାସ ହୋଇଛି ।
ବିନା ସବସିଡିର ଘରୋଇ ଗ୍ୟାସ ସିଲିଣ୍ଡର ର ଦର ହ୍ରାସ ହେବାର ପ୍ରଭାବ ସବସିଡି ଗ୍ୟାସ୍ ସିଲିଣ୍ଡର ନେବା ସମୟରେ କରାଯାଉଥିବା ପେମେଣ୍ଟ ସମୟରେ ବି ପଡିବ । ଉପଭୋକ୍ତାଙ୍କୁ ଏବେ ଅଗଷ୍ଟ ମାସରେ ୧୪.୨ କିଲୋ ର ସବସିଡି ଗ୍ୟାସ ସିଲିଣ୍ଡର ନେବା ସମୟରେ୫୭୪.୫୦ ଟଙ୍କା ଦେବାକୁ ପଡିବ । ଏହାପୁର୍ବରୁ ଜୁଲାଇ ମାସରେ ଏଥିପାଇଁ ଉପଭୋକ୍ତାଙ୍କୁ ୬୩୭ ଟଙ୍କା ଦେବାକୁ ପଡୁଥିଲା ।