ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ବର୍ଷ ରାଜ୍ୟରେ ବର୍ଷାର ପରିମାଣ କମିଛି । ଯାହାକୁ ନେଇ ଚାଷୀ ମାନେ ଚିନ୍ତାରେ । ପାଣିପାଗ ବିଭାଗ ଅଙ୍କ ଆକଳନ ସହିତ ବି ଲୁଚକାଳି ଖେଳୁଛି ବର୍ଷା । ଗତ ୩ ତାରିଖରେ ରାଜ୍ୟରେ ବର୍ଷା ପରିମାଣ ବଢିଥିଲେ ସୁଦ୍ଧା ପାଣପାଗଚ ବିଭାଗ ଯେତେ ଆକଳନ କରିଥିଲା ତାହା ଠାରୁ କମ ବର୍ଷା ହୋଇଛି । ତେବେ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୬ରୁ ୮ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଅର୍ଦ୍ଦାଧିକ ଜିଲ୍ଲାରେ ବର୍ଷା ଲାଗିରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା ସମତେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ରହିଛି ।
ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୬ ଓ ୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିବ । ସୂଚନାଯୋଗ୍ୟ ଚଳିତ ଥର ଦଶ ଦିନ ବିଳମ୍ଭରେ ରାଜ୍ୟରେ ମୌସୁମୀ ବାୟୁ ପ୍ରଭାହିତ ହୋଇଥିଲା । ଆଶା କରାଯାଉଥିଲା ବର୍ଷାର ପରିମାଣ ଠିକ ରହିବ ।
ମାତ୍ର ଏହା ମାତ୍ର ଦୁଇଦିନ ବର୍ଷା ହେବା ପରେ କୁଆଡେ ହଜିଗଲା ବର୍ଷା । ପାଖାପାଖି ୧୨ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଲା । ପରେ ପୁଣି ପାଗରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ବର୍ଷା କିନ୍ତୁ ଠିକ ହେଲା ନହିଁ । ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୩ ତାରିଖରୁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଅନୁମାନ କରିଥିଲା ପାଣିପାଗ ବିଭାଗ ।