ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜାମ୍ମୁକାଶ୍ମୀରକୁ ନେଇ ଲାଗି ରହିଥିବା ସନ୍ଦେହ ଆଜି ଦୂର ହୋଇଛି । ଆଜି ରାଜ୍ୟସଭାରେ ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତେବେ ଆଶନ୍ତୁ ଜାଣିବା ଏହି ଅନୁଛେଦ କ’ଣ ? ଏବଂ ଏହାର ନିୟମ ?
ଜାମ୍ମୁକାଶ୍ମୀରରେ ଦୀର୍ଘ ବର୍ଷ ହେଲା ଲାଗୁ ହୋଇ ରହିଥିବା ଅନୁଛଦ ୩୭୦ କୁ ହଟାଇ ଦେବା ପାଇଁ ଏବେ ସରକାର ପ୍ରସ୍ତାବ ଆଗତ କରିଛନ୍ତି । ଯାହା ଏବେ ସବୁ ଠାରୁ ବଡ ପ୍ରସଙ୍ଗ । ୧୯୫୨ ମସିହା ନମ୍ଭେମ୍ବର ୧୭ ତାରିଖ ଠାରୁ ଏହା ଏଠାରେ ଲାଗିଛି । ଯାହା ଫଳରେ ଅନ୍ୟ ରାଜ୍ୟ ଜନସାଧାରଣଙ୍କ ତୁଳନାରେ ଏଠାରେ ଲୋକ କିଛି ବିଶେଷ ସୁବିଧା ସୁଯୋଗ ପାଇଥାନ୍ତି । ତେବେ ସରକାର ଯଦି ଏହି ଅନୁଛେଦକୁ ଉଠାଇ ଦିଅନ୍ତି ତେବେ ଏଠାକାର ବାସିନ୍ଦା ସେହି ସବୁ ବିଶେଷ ସୁବିଧାରୁ ବଞ୍ଚିତ ହେବେ ।
୧. ଜାମ୍ମୁ କାଶ୍ମୀରବାସୀଙ୍କ ନିକଟରେ ଉଭୟ ଭାରତ ଓ ଜାମ୍ମୁ କାଶ୍ମୀରର ଦ୍ବୈତ ନାଗରିକତ୍ବ ରହିଛି।
୨. ଧାରା ୩୭୦ରେ ରହିଛି ଯେ ପ୍ରତିରକ୍ଷା ଦୂରସଞ୍ଚାର ଓ ବିଦେଶ ନୀତି ବ୍ୟତୀତ ଭାରତ ସରକାର ଜାମ୍ମୁ କାଶ୍ମୀର ପାଇଁ ଅନ୍ୟ କୈାଣସି ଏକତରଫା ନିଷ୍ପତ୍ତି ନେଇପାରିବେ ନାହିଁ।
୩. କାଶ୍ମୀର ବାସୀ ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ବାଧ୍ୟ ନୁହଁନ୍ତି। ଯାହା ଅନ୍ୟ ରାଜ୍ୟରେ ଅପରାଧ ଭାବେ ଲାଗୁ ।
୪. ଏମିତି କି ସୁପ୍ରିମ କୋର୍ଟଙ୍କ ଆଦେଶ ମଧ୍ୟ ଏଠାରେ ମାନିବା ବାଧ୍ୟତା ମୂଳକ ନୁହେଁ ।
୫. ପ୍ରତିରକ୍ଷା ଦୂରସଞ୍ଚାର ଓ ବିଦେଶ ନୀତି ବ୍ୟତୀତ ଭାରତ ସରକାର ଜାମ୍ମୁ କାଶ୍ମୀର ପାଇଁ ଅନ୍ୟ କୈାଣସି ଏକତରଫା ନିଷ୍ପତ୍ତି ନେଇପାରିବେ ନାହିଁ।
୬. ଏହି ଅନୁଛେଦ ଲାଗୁ ହୋଇଥିଲେ ବିଧାନସଭା କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ଯାହା ଭାରତରେ ଅନ୍ୟ ରାଜ୍ୟ ମାନଙ୍କରେ ୫ ବର୍ଷ । ଅନୁଛେଦ ୩୭୦ ହଟିଲେ ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ ହେବ ।
୭. ସେହିଭଳି ଶିଖ – ହିନ୍ଦୁ ଓ ଅଳ୍ପ ସଂଖ୍ୟକଙ୍କ ପାଇଁ ଏଠାରେ ୧୬ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇ ନଥାଏ ।
୮. କୌଣସି ବାହାର ରାଜ୍ୟର ଲୋକ ସେଠାରେ ବ୍ୟବସାୟ କିମ୍ବା କୌଣସି ପ୍ରତିଷ୍ଠାନ ସ୍ଥାୟୀଭାବେ କରିପାରିବେ ନାହିଁ। କୌଣସି ଭାରତୀୟ ସେଠାରେ ସ୍ଥାୟୀଭାବେ ରହିପାରିବେ ନାହିଁ।
୯. ପାକିସ୍ତାନ ନାଗରିକ ଏଠାରେ ବସବାସ କରିପାରିବେ, ଜମି କିଣିପାରିବେ , ବିବାହ କରିପାରିବେ ।
୩୫ (କ) ଉଠାଇ ଦିଆଗଲେ ଏହି ନିୟମରେ ଆସିବ ପରିବର୍ତ୍ତନ ।
ଜାମ୍ମୁକାଶ୍ମୀରରେ ଦେଶର ଯେ କୌଣସି ନାଗରିକ ଜମ୍ମି କିଣି ପାରିବେ , ଅନ୍ୟରାଜ୍ୟର ବାସିନ୍ଦା ସେଠାରେ ସରକାରୀ ଚାକିର କରି ପାରିବେ । ଏବଂ କୌଣସି ଲୋକ ସେଠାରେ ବାସିନ୍ଦା ହୋଇ ରହି ପାରିବେ ।