ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କର୍ଣ୍ଣାଟକ ସରକାର ଭାଙ୍ଗିବା ପରେ ପୂର୍ବ ମୁଖ୍ୟମନ୍ତ୍ରୀ ଏବଂ ଜେଡିଏସ ନେତା ଏଚଡି କୁମାରସ୍ୱାମୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । କୁମାରସ୍ୱାମୀ କହିଛନ୍ତି କି ସେ କଂଗ୍ରେସ ପାଇଁ ୧୪ ମାସ ଯାଏଁ ଗୋଲାମ ଭଳି ଖଟିଛି । ସମସ୍ତ ବିଧାୟକ ଏବଂ ନିଗମ ଅଧ୍ୟକ୍ଷଙ୍କୁ ପୂରା ସ୍ୱତନ୍ତ୍ରତା ଦେଇଥିଲି । ଜଣା ନାହିଁ ସେମାନେ ମୋ ଉପରେ କାହିଁକି ଦୋଷ ଲଦୁଛନ୍ତି ।
କଂଗ୍ରେସର କିଛି ନେତା ଏଭଳି ଥିଲେ ଯେଉଁମାନେ ଗଠବନ୍ଧନ ସରକାରର ପକ୍ଷଭୂତ ନଥିଲେ । ମାତ୍ର ନିର୍ବାଚନରେ ବହୁମତ ନମିଳିବା ପରେ କଂଗ୍ରେସ ଜେଡିୟୁ ସହିତ ମିଶି ସରକାର ଗଢିବା କଥା ଉଠାଇଥିଲା । କିନ୍ତୁ ଏଥିରେ କିଛି ସ୍ଥାନୀୟ ନେତାଙ୍କର ଇଛା ନଥିଲା ବୋଲି ଜାଣିବାକୁ ମିଳିଥିଲା ।
ସେ ଆହୁରୀ ମଧ୍ୟ କହିଛନ୍ତି, ସରକାର ଗଠନ ହେବାର ପ୍ରଥମ ଦିନରୁ କଂଗ୍ରେସ ନେତାମାନେ ଜନତାଙ୍କ ସହିତ ଭଲ ବ୍ୟବହାର କରି ନାହାନ୍ତି । ଏନେଇ ସମସ୍ତେ ଜାଣିଛନ୍ତି । ତାଙ୍କ ସରକାର କଂଗ୍ରେସ ବିଧାୟକଙ୍କ ନିର୍ବାଚନ କ୍ଷେତ୍ର ପାଇଁ ଜେଡିଏସ ମୁକାବିଲାରେ ଅଧିକ ଧନ ବାଣ୍ଟିଥିଲା ।
ସୂଚନାଯୋଗ୍ୟ, ବିଶ୍ୱାସ ମତ ହାତେଇ ନପାରିବା ପରେ କଂଗ୍ରେସ ଏବଂ ଜେଡିଏସ ର ଗଠବନ୍ଧନରେ ଥିବା କର୍ଣ୍ଣାଟକ ସରକାର ଜୁଲାଇ ୨୩ ରେ ଭାଙ୍ଗି ଯାଇଥିଲା । ଯାହାପରେ ବିଜେପିର ୟେଦୟୁରପ୍ପା ଜୁଲାଇ ୨୬ ରେ ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ ।