ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକରେ ସାରା ଦେଶ ଏକ ପ୍ରକାରର ସ୍ତବ୍ଧ ହୋଇଯାଇଛି। ଗତକାଲି ଦିଲ୍ଲୀ ଏମ୍ସ ହସ୍ପିଟାଲ୍ରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ଜଣେ ଦକ୍ଷ ବିଦେଶ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଚିରଦିନ ପାଇଁ ମନେ ରହିବେ । ବିଦେଶ ମନ୍ତ୍ରୀ ଭାବେ ନିଜର କାର୍ୟ୍ୟକାଳ ସମୟରେ ସୁଷମା ସ୍ୱରାଜ ବହୁ ଲୋକପ୍ରିୟ ଥିଲେ ।ଏତଦ ବ୍ୟତୀତ ସୁଷମା ବିଦେଶ ମନ୍ତ୍ରୀ ଭାବେ ଏଭଳି ୭ଟି ସ୍ମରଣୀୟ କାମ କରିଛନ୍ତି, ଯାହାକି ଭୁଲିବା ଆମ ପକ୍ଷେ କେବେବି ସହଜ ହେବ ନାହିଁ । ଆସନ୍ତୁ ଯାଣିବା ସେହି ୭ଟି ସ୍ମରଣୀୟ କାମକୁ ।
୭ଟି ସ୍ମରଣୀୟ କାମ
୧- କୁଲଭୂଷଣ ଜାଧମ ମାମଲାକୁ ଅନ୍ତର୍ଜାତୀୟ ଅଦାଲତରେ ପହଂଚାଇବା
୨- ମାସୁଦ ଆଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଇଲେ
୩- ୟେମେନରୁ ୪୦୦୦ ଭାରତୀୟଙ୍କୁ ଉଦ୍ଧାର
୪- ସୁଦାନରୁ ୧୫୦ ଓ ଲିବିୟାରୁ ୨୯ ଭାରତୀୟଙ୍କୁ ଉଦ୍ଧାର
୫- ଗୀତାକୁ ପାକିସ୍ତାନରୁ ଭାରତ ଆଣିଥିଲେ
୬- ଲାହୋର ଶିଶୁକୁ ମେଡିକାଲ ଭିସା ଦେଇ ପାକିସ୍ତାନର ହୃଦୟ ଜିତିଥିଲେ
୭- ଇରାକରେ ଫସିଥିବା ୪୬ ଭାରତୀୟ ନର୍ସଙ୍କୁ ଫେରିଥିଲେ
୨୦୦୪ରେ ବିଦିଶା ଆସନରୁ ବିଜୟୀ ହୋଇ ମୋଦୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସୁଷମା ହେଉଛନ୍ତି ଦ୍ବିତୀୟ ମହିଳା ଯେ କି ବୈଦେଶିକ ମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ।