ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେରଳ ଏବଂ ବାୟନାଡର ବନ୍ୟା ସ୍ଥିତିକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ସହ ସାହାଯ୍ୟ ମାଗିଛନ୍ତି ।
ବାୟନାଡ ସାଂସଦ ଗାନ୍ଧୀଙ୍କ ଆଧିକାରିକ ଟ୍ୱିଟ୍ ମୁତାବକ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ବିଶେଷ ରୂପେ କେରଳ ବାୟନାଡର ବନ୍ୟା ଏବଂ ଭୁସ୍ଖଳନରେ ପ୍ରଭାବିତ ଲୋକଙ୍କ ପାଇଁ ଯଥା ସମ୍ଭବ ସହାୟତା ମାଗିଛନ୍ତି । ସେପେଟେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସମସ୍ତ ପ୍ରକାରର ସହାୟତା କରିବେ ବୋଲି ଆଶ୍ୱସନା ଦେଇଛନ୍ତି ।
Wayanad MP @RahulGandhi spoke to the Prime Minister seeking all possible assistance for the people severely affected by the floods and landslides in the state, especially in Wayanad. The PM has assured to provide any assistance required to mitigate the effects of the disaster.
— Rahul Gandhi – Wayanad (@RGWayanadOffice) August 9, 2019
ଏହାପୂର୍ବରୁ କେରଳ ଭୟାବହ ବନ୍ୟା ପାଇଁ ରାହୁଲ ଚିନ୍ତା ପ୍ରକଟ କରିବା ସହିତ ଗୁରୁବାର ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ କି ,ସେମାନେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସନ୍ତୁ । ସେ ଆହୁରୀ ମଧ୍ୟ କହିଥିଲେ ସେ ତାଙ୍କର ସଂସଦୀୟ କ୍ଷେତ୍ର ବାୟନାଡରେ ବନ୍ୟା ସ୍ଥିତି ଏବଂ ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ।