ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ୧୯୪୭ ମସିହା ଅଗଷ୍ଟ ୧୫ । ଯେଉଁ ଦିନ ସାରା ଭାରତ ଚାଖିଥିଲା ସ୍ୱାଧୀନତାର ସ୍ୱାଦ । ଯାହା ପ୍ରତ୍ୟକ ଭାରତୀୟଙ୍କ ପାଇଁ ଏକ ଅଭୁଲା ଦିନ । ଅଗଷ୍ଟ ୧୫ ପରି ଅଗଷ୍ଟ ନ ତାରିଖ ମଧ୍ୟ ଏକ ପ୍ରମୁଖ ଦିନ । ଯାହାକୁ ଆଜି ସାରା ଭାରତ କ୍ରାନ୍ତି କାରୀ ଦିବସ ଭାବେ ପାଳନ କରି ଆସୁଛି । ୧୯୪୨ ୯ ଅଗଷ୍ଟ ଏ ତିଥି ଭାରତୀୟଙ୍କ ଲାଗି ଅତି ପବିତ୍ର ତିଥି । ଆମେ ସମସ୍ତେ ଜାଣିଛେ କୌଣସି ଏକ ଆନ୍ଦୋଳନ ପୂର୍ବରୁ ସ୍ଥିର କରାଯାଇଥାଏ ଏକ ସ୍ଲୋଗାନ । ଯେଉଁ ଦୁଇ ଲାଇନରୁ ସ୍ପଷ୍ଟ ଦେଖି ହୁଏ ଆନ୍ଦୋଳନର ରୂପ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଯେତେବେଳେ ଇଂରେଜ ମାନେ ଭାରତୁ ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ଅମଙ୍ଗ ହେଲେ ସେତେବେଳେ ଜାତିର ପିତା ମହତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଭାରତ ଛାଡ ଆନ୍ଦୋଳନର ଡାକରା । ଯାହା ଆଜି ସ୍ବର୍ଣ୍ଣକ୍ଷରରେ ଲିପି ବଦ୍ଧ । ସେ ସମୟରେ ପୁରା ବ୍ରିଟିସ ଶାସନକୁ ଦୋହଲାଇ ଦେଇଥିଲା ।
ବଢାଇ ଦେଇଥିଲା ଇଂରେଜଙ୍କ ହୃଦ ସ୍ପନ୍ଦନ । କିନ୍ତୁ ଏହାର ୧୭ ବର୍ଷ ପୂବେ ଅର୍ଥାତ ଅଗଷ୍ଟ ୯ ୧୯୨୫ ଏହି ଦିନ ଘଟିଥିଲା କାକୋରୀ କାଣ୍ଡ ଯାହା ଭାରତୀୟ ସ୍ୱାଧୀନତା ଆନେଦାଳନକୁ ଦେଇଥିଲା ନୂଆ ମୋଡ । ଯେଉଁ ଦିନ ପଡିଥିଲା ଇଂରେଜଙ୍କୁ ହଟାଇବା ପ୍ରିଶୃତିର ମୁଳୁଦୁଆ । ଏହି ଦିନ ଭାରତ ସ୍ୱାଧୀନତା ମନ୍ତ୍ରରେ ମନ୍ତ୍ୀତ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ କାକୁରୀ କାଣ୍ଡକୁ ସଫଳ କରିଥିଲେ । ସୂଚନା ଥିଲା ସାହଜାହା ପୁରରୁ ଲକ୍ଷ୍ମଣ ପୁରକୁ ଏକ ଟ୍ରେନରେ ଆସୁଛି ଇଂରେଜଙ୍କ ଖଞ୍ଜଣା । ଏହି ସମୟରେ କ୍ରାନ୍ତିକାରୀ ମାନେ କାକୋରୀ ପାଖରେ ହିଁ ଟ୍ରେନର ଚେନ ଟାଣି ଖଞ୍ଜଣା ଲୁଟି ନେଇଥିଲେ । ଯେଉଁଥିରେ ଥିଲା ୮୦୦୦ ହଜାର ଟଙ୍କା । ଏହି ଘଟଣାରେ ସଂମପୃକ୍ତ ଥିବା ୪୦- ଜଣ କ୍ରାନ୍ତିକାରୀଙ୍କୁ ଗିରଫ କରିଥିଲା ଇଂରେଜ ସରକାର । ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଫାସୀ ଦିଆ ଯାଇଥିବା ବେଳେ ୨ ଜଣଙ୍କୁ ପଠାଗଲା କାଳିଆ ପାଣି । ଓ ଅନ୍ୟମାନଙ୍କୁ ମିଳିଲା ୪ ରୁ ୧୦ ବର୍ଷ ଜେଲ ଦଣ୍ଡ ।
୧୯୪୨ ଆଜିର ଦିନରେ ସମ୍ପର୍ଣ୍ଣ ଦେଶକୁ ବ୍ରିଟିସ ମୁକ୍ତ କରିବା ପାଇଁ ମୁମ୍ବାଇରୁ ଆରମ୍ଭ ହୋଇଥିଲା ଏହି ଆନ୍ଦୋଳନ କ୍ରାନ୍ତି ।ଅନେକ ସମସ୍ୟା ସତ୍ୱେ ମଧ୍ୟ ଗାନ୍ଧୀଙ୍କ ଡାକରାକୁ ମିଳିଥିଲା ଅନେକ ସଫଳତା ।ଆଉ ଦେଶ ବାସୀଙ୍କୁ ଡାକରା ଥିଲା କରବ । ମର ।ଏହା ପରେ ବିହାର ବଙ୍ଗୋ ବମ୍ଭେ, ଓଡିଶା ଆନ୍ଦ୍ର ପ୍ରଦେଶରେ ଆନ୍ଦୋଳନ ବ୍ୟାପକ ହୋଇଥିଲା । ଓଡିଶାର ବାଲେଶ୍ୱର ଓ ତାଳଚେରରେ ହାର ପ୍ରଭାବ ଅଧ୍ଖଳ ଦେଖିବାକୁ ମିଳିଥିଲା । ସାରା ଦେଶରେ ଜଳିଥିଲା ବିପ୍ଳବର ଅଗ୍ନି । ରେଳ ଷ୍ଟେସନ, ଥାନା , କୋର୍ଟ କଚେରୀ ଆଦିରେ ଜଳିଥିଲା ନିଆଁ । ଆଉ ଏହି ଆନ୍ଦୋଳନ ଇଂରେଜ ସରକାରଙ୍କୁ ବାଧ୍ୟ କରିଥିଲା ଭାରତ ଛାଡିବାକୁ । ଏହି ଆନ୍ଦୋଳନର ସଫଳ ପଛରେ ଅଧିକ ପ୍ରଭାବ ଥିଲା ତାର ସ୍ଲୋଗାନରେ ।
ଏହା ଏମିତି ଏକ ସ୍ଲୋଗାନ ଥିଲା ଯାହା ଶୁଭଥିଲା ପ୍ରତି ଭାରତୀୟଙ୍କ ମୁହଁରୁ ଆଉ ସ୍ଥାନ ପାଇଥିଲା ପ୍ରତି ଭାରତୀୟ ହୃଦୟରେ । ତେବେ ଆସନ୍ତୁ ଜାଣିବା ଭାରତ ଛାଡ ସ୍ଲୋଗାନର ପଛର କାହାଣୀ । ଭାରତ ଛାଡ ସ୍ଲୋଗାନ ପଛର କାହାଣୀ ବି ଅନେକ ରୋମାଞ୍ଚକର ଏହି ନାଁ ପଛରେ ରହିଛି ସମାଜ ସେବୀ ଓ ଟ୍ରେଡ ୟୁନିୟନ ନେତା ୟୁସୁଫ ମେହେର ଅଲ୍ଲୀଙ୍କ ହାତ । ଅଗଷ୍ଟ କ୍ରାନ୍ତି ସେ୍ାଲଗାନ ପାଇଁ ଆସିଥିଲା ଅନେକ ପ୍ରସ୍ତାବ ସେଥି ମଧ୍ୟରୁ ଗୋଟିଏ ସ୍ଲୋଗାନ ଥିଲା “ ଗେଟ ଆଉଟ” ଯେଉଁ ସ୍ଲୋଗାନକୁ ପ୍ରତ୍ୟାଖାନ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଏହା ପରେ ପୁଣି ୟୁସୁଫ ମେହେର ଅଲ୍ଲୀ ଦେଲେ ଆଉ ଏକ ସ୍ଲୋଗାନର ପ୍ରସ୍ତାବ ଯାହାର ନାମ ଥିଲା ଭାରତ ଛାଡ । ଯେଉଁ ସ୍ଲୋଗାନ ଗାନ୍ଧୀଜିଙ୍କର ବେଶ ପସନ୍ଦ ଆସିଥିଲା । ଆଉ ଗାନ୍ଧୀଜଙ୍କ ଆନ୍ଦୋଳନକୁ ମିଳିଗଲା ଗୋଟିଏ ନୂଆ ନାଁ ।