ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଜାମ୍ମୁକାଶ୍ମୀରରେ ୩୭୦ ଉଚ୍ଛେଦ ହେବା ପରେ ସରକାର ପୁରା ଯତ୍ନଶୀଳ ହୋଇ ପଡିଛନ୍ତି । ଜାମ୍ମୁକାଶ୍ମୀରରେ ଯେମିତି କିଛି ଅଘଟଣ ହେବ ନାହିଁ ସେ ନେଇ ସରକାର ସତର୍କ ହୋଇଛନ୍ତି । ଏହି ଅବସରରେ କାଶ୍ମୀରରେ ଥିବା ୭୦ ଜଣ କଏଦୀଙ୍କୁ ଉତ୍ତରପ୍ରଦେଶର ଆଗ୍ରା ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସ୍ଥାନାନ୍ତରିତ ହୋଇଥିବା କଏଦୀଙ୍କ ମଧ୍ୟରେ ଆତଙ୍କବାଦୀଙ୍କ ସହିତ ମିଳାମିଶାର ଆରୋପ ରହିଛି । ଏନେଇ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ସ୍ଥାନାନ୍ତରିତ ହୋଇଥିବା କଏଦିଙ୍କ ମଧ୍ୟରେ ସୀମାରେ ପଥର ମାଡ କରୁଥିବା ଯୁବକ ମଧ୍ୟ ରହିଛନ୍ତି ।
ବାୟୁ ସେନାର ଏକ ବିମାନରେ ଉତ୍ତର ପ୍ରଦେଶ ନିଆଯାଇଛି । ଏୟାର ପୋର୍ଟକୁ କଏଦୀ ମାନଙ୍କୁ ଆଣିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସେହିଭଳି ଏହି କଏଦୀ ମାନେ ଆଗ୍ରା ଜେଲ ପହଞ୍ଚିବା ପୂର୍ବରୁ ଜେଲର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆ ଯାଇଥିଲା । କଏଦୀଙ୍କୁ ଏୟାର ପୋର୍ଟରୁ ଜେଲ ନବା ପର୍ଯ୍ୟନ୍ତ ପୁରା ରୋଡ ବନ୍ଦ କରାଯାଇ ଥିଲା ।
ସୂଚନାଯୋଗ୍ୟ ଗତ ୫ ତାରିଖରେ ଜାମ୍ମୁକାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରି ଲଦାଖକୁ ଅଲଗା କରାଯାଇ ୩୭୦କୁ ଉଚ୍ଛେଦ କରାଯାଇଛି । ଯାହାକୁ ନେଇ ଏବେ ପ୍ରତିକ୍ରିୟା ଶୀଳ ହୋଇ ଉଠିଛି ପାକିସ୍ତାନ । ପାକିସ୍ତାନ ଭାରତ ସହିତ ସମସ୍ତ କୁଟନୈତିକ ଓ ରାଜନୈତିକ ସମ୍ପର୍କ ଛିନ୍ନ କରିଛି । ଏମିତି କି ଭାରତର ଏହି ପଦକ୍ଷେପକୁ ପାକିସ୍ତାନ ବିରୋଧ କରିଛି । ତେବେ ପାକିସ୍ତାନ ଏନେଇ କିଛି ଅଘଟଣ ଘଟାଇବା ଆଶଙ୍କା ଥିବାରୁ ସରକାର ଏମିତି ପଦକ୍ଷେପ ନେଇଥିବା ଜଣା ପଡିଛି ।