ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜାମ୍ମୁକାଶ୍ମୀରୁ ୩୭୦ ଉଚ୍ଛେଦ ହେବା ପରେ ସେଠାରେ ଏବେ ଶିକ୍ଷା ଓ ବ୍ୟବସାୟ ପାଇଁ ପ୍ରତିବନ୍ଧକ ହଟିିଛି । ଭାରତର ଯେ କୌଣସି ବ୍ୟକ୍ତ ଏବେ ଚାହିଁଲେ ସେଠାରେ ନିଜର ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରି ପାରିବେ । ଯାହା ଉପରେ ପୂର୍ବରୁ ରହିଥିଲା ପ୍ରତିବନ୍ଧକ । ତେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସେଠାରେ ଏକ କ୍ରିକେଟ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଇଚ୍ଛା ପ୍ରକଟ କରୁଥିବା ସୂତ୍ରରୁ ଖବର ମିଳିଛି । ସୂଚନାଯୋଗ୍ୟ ବର୍ତ୍ତମାନ ଧୋନି ସେନା ସହିତ ଦେଶ ସେବାରେ କାର୍ଯ୍ୟରତ ।
ତେବେ ସେଠାରେ କ୍ରିକେଟରେ ଉନ୍ନତି ଆଣିବା ପାଇଁ ଧୋନି କାଶ୍ମୀରରେ ଏକ କ୍ରିକେଟ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଏକାଡେମୀ ମାଧ୍ୟମରେ ଧୋନି ସ୍ଥାନୀୟ ଖେଳାଳିଙ୍କୁ କ୍ରିକେଟରେ ଆଗକୁ ନେବା ପାଇଁ ମନସ୍ଥ କରିଛନ୍ତି । ଏମିତି କି ଏନେଇ ଧୋନି କ୍ରୀଡା ମନ୍ତ୍ାଳୟକୁ ମଧ୍ୟ ଅବଗତ କରାଇଛନ୍ତି । ବର୍ତ୍ତମାନ କାଶ୍ମୀରରେ ୩୭୦ ଉଚ୍ଛେଦକୁ ନେଇ ପାିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏଥିରେ ସୁଧାର ଆସିଲେ ମାହି ଏକାଡେମୀ କରିବା ପାଇଁ କାର୍ଯ୍ୟ କରିବେ ।
ଧୋନିଙ୍କ ଦ୍ୱାରା ହେବାକୁ ଥିବା ଏହି ଏକାଡେମୀରେ ପ୍ରଶିକ୍ଷଣ ମଧ୍ୟ ମାଗଣା ରହିବ । ସେହିଭଳି ଆଉ ଏକ ବଡ ଖବର ମଧ୍ୟ ଏବେ ସାମ୍ନାକୁ ଆସିଛି । ଆସନ୍ତା ସ୍ୱାଧୀନତା ଦିବସରେ ଧୋନି ଲଦାଖରେ ପତାକା ମଧ୍ୟ ଉତ୍ତୋଳନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଧୋନି ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସେନା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।