ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗଷ୍ଟ ୨୨ ରେ ଆରମ୍ଭ ହେବାକୁ ଯାଉଥିବା ଦୁଇଟି ମ୍ୟାଚ୍ ର ଟେଷ୍ଟ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ର ୧୩ ଜଣିଆ ଟିମ୍ ଘୋଷଣା କରାଯାଇଛି । ଯେଉଁଥିରେ ହୋଲ୍ଡରଙ୍କ ଅଧ୍ୟକ୍ଷତାରେ ରହକିମ କାର୍ନୱାଲ ଏବଂ ଶାମରାହ ବ୍ରୁକ୍ସଙ୍କୁ ଟିମ୍ ରେ ସ୍ଥାନ ମିଳିଛି । ଦୁହେଁ ଖେଳାଳି ଏପର୍ଯ୍ୟନ୍ତ ସେମାନଙ୍କ ଟେଷ୍ଟ ଡେବ୍ୟୁ କରି ନାହାନ୍ତି ।
ସ୍ପିନର କାର୍ନୱାଲ ନିକଟରେ ୱେଷ୍ଟଇଣ୍ଡିଜ୍ ଏ ପକ୍ଷରୁ ଖେଳି ଖୁବ୍ ଭଲ ପ୍ରଦର୍ଶନ କରିଥିଲେ । ଏହାସହିତ ସେ ଭଲ ବ୍ୟାଟିଂ ମଧ୍ୟ କରନ୍ତି । ତାଙ୍କ ବ୍ୟତିତ କିମୋ ପାଲ୍ ଙ୍କୁ ବି ଟିମ୍ ରେ ସ୍ଥାନ ମିଳିଛି ।
ୱେଷ୍ଟଇଣ୍ଡିଜର ୧୩ ଜଣିଆ ଟିମ୍ ରେ ଶାଇ ହୋପ ଏବଂ ରୋଷ୍ଟନ ଚେସ୍ ଭଳି ଦମଦାର୍ ବ୍ୟାଟ୍ସମ୍ୟାନ୍ ସାମିଲ ଅଛନ୍ତି । ସେହିପରି ବୋଲିଂ କରିବା ପାଇଁ କେମାର ରୋଚ ଏବଂ ଶ୍ୟାନନ ଗ୍ରାବିୟଲ ଭଳି ଧୁରନ୍ଦର ବୋଲର ରହିଛନ୍ତି । ୱେଷ୍ଟଇଣ୍ଡିଜ୍ ତାର ପୂର୍ବ ଟେଷ୍ଟ ସିରିଜ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା । ଯେଉଁଥିରେ ଇଂଲଣ୍ଡକୁ ହରାଇଥିଲା ୱେଷ୍ଟଇଣ୍ଡିଜ୍ ।
ସୂଚନାଯୋଗ୍ୟ, ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇଟି ଟେଷ୍ଟ୍ ମ୍ୟାଚ୍ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଆନସିପ୍ ର ଅନ୍ତର୍ଗତରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଅଗଷ୍ଟ ୨୨ରୁ ୨୬ ରେ ନର୍ଥ ସାଉଣ୍ଡରେ ଏବଂ ଦ୍ୱିତୀୟ ମ୍ୟାଚ୍ ୩୦ ଅଗଷ୍ଟରୁ ୩ ସେପ୍ଟମ୍ବର ଯାଏଁ କିଙ୍ଗଷ୍ଟନରେ ଖେଳାଯିବ । ଏହାପୂର୍ବରୁ ଭାରତୀୟ ଦଳ ଟି୨୦ ସିରିଜ୍ ରେ ୱେଷ୍ଟିଣ୍ଡିଜ୍କୁ ହରାଇଥିଲା । ମାତ୍ର ଏବେ ଜାରି ରହିଛି ୱାନଡେ ସିରିଜ୍ ।
୧୩ ଜଣିଆ ଟିମ୍: ଜେସନ ହୋଲ୍ଡର(ଅଧିନାୟକ),କ୍ର୍ୟାଗ ବ୍ର୍ୟାଥବେଟ, ଡେରେନ ବ୍ରାବୋ,ଶାମରାହ ବ୍ରୁକ୍ସ, ଜନ୍ କ୍ୟାମ୍ପବେଲ,ରୋଷ୍ଟନ ଚେସ୍,ରହକିମ କାର୍ନୱାଲ, ଶେନ୍ ଡାଉରିଜ୍, ଶ୍ୟାନନ ଗ୍ୟାମ୍ବ୍ରିୟଲ, ହେଟମାୟର, ଶାଇ ହୋପ(ୱିକେଟକିପର), କିମୋ ପଲ ଏବଂ କେମାର ରୋଚ୍ ।