ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ । ଏ ନେଇ ଭୁବନେଶ୍ୱ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଗୁଚାପ ପ୍ରଭାବରେ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତୀ ବର୍ଷା ଲାଗି ରହିବ । ଚଳିତ ବର୍ଷ ମୌସୁମୀ ବାୟୁ ୧୦ ବିଳମ୍ଭରେ ପ୍ରଭାହିତ ହୋଇଥିଲା । ପ୍ରଶାଥମିକ ପର୍ଯ୍ୟାୟରେ ସାମାନ୍ୟ ଭଲ ବର୍ଷା ହୋଇଥିଲେ ମଧ୍ୟ ପରେ ବର୍ଷାର ପରିମାଣ କମିଥିଲା ।
ଅଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏପରିକି ଗୋଟିଏ ଦୁଇଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ଲଗୁଚାପ ମୌସୁମୀକୁ ଅଧିକ ସକ୍ରିୟ କରିପାରେ ବୋଲି ଅନୁମାନ କରାଯାଉଛି ।
ଚଳିତ ବର୍ଷ ରାଜ୍ୟରେ ୯ ପ୍ରତିଶତ କମ ବର୍ଷା ହୋଇଥିବା ଆକଳନ କରାଯାଇଛି । ଏହି ଲଘୁଚାପକୁ ଆଖିରେ ରଖି ଆସନ୍ତା୧୪ ତାରିଖ ଦିନ ୧୧ ଟା ବେଳେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ସ୍ଥାନାନ୍ତରିତ ହେବ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ପ୍ରଥମ ପର୍ୟ୍ୟାୟରେ କେତୋଟି ଗେଟ ଖୋଲାଯିବ ସେ ନେଇ କୌଣସି ସୂଚନା ମିଳିନାହିଁ ।
ବର୍ଷାର ପରିମାଣକୁ ଲକ୍ଷ୍ୟ କରି ୧୪ ତାରିଖ ଦିନ ହିଁ ସ୍ଥିର କରାଯିବ କେତୋଟି ଗେଟ ଖୋଲାଯିବ ।ହୀରାକୁଦ ଡ୍ୟାମ୍ ର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜଳସ୍ତର ୬୧୦.୩୯ ଫୁଟ ରହିଛି । ବର୍ତ୍ତମାନ ଡ୍ୟାମକୁ ୧ ଲକ୍ଷ ୮୩ ହଜାର ୬୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଏବଂ ୧୬ ହଜାର ୯୨୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।