ହାଲକା ବେଡ୍ ଲାଇଟ୍ ଆଲୁଅରେ ମୁହଁ ବାରିବା ଟିକେ କଷ୍ଟ। ପଙ୍ଖାର ଗତିରୁ ରୁ ଲାଗୁଚି ରେଗୁଲେଟର ୪ରେ ରହିଚି ବୋଧେ।ସହରର ଲୋକ କେବେଠୁ ଶୋଇଗଲେଣି।କିନ୍ତୁ ପ୍ରଣିତା ଆଖିକୁ ନିଦ ନାହିଁ। ଖାଲି ଏପଟ ସେପଟ କଡ ଲେଉଟାଉଚି ବିଛଣାରେ। କଣ ହେବ ତାର ! ଏତେ କମ ବୟସରୁ ଫ୍ୟାମିଲ ପ୍ଲାନିଙ୍ଗ ପାଇଁ କେଜାଣି କିଏ ପ୍ରକାଶ ଙ୍କ ମୁଁଣ୍ଡରେ ପୁରାଇଛି । ପୁଣି ମୋ ଭଲ ପାଇଁ । କଣ ଯେ ମୋର ଭଲ ହେବ ମୁଁ ନିଜେ ବୁଝିପାରୁନି । କଣ ମୋ ଯନ୍ତ୍ରଣା ପ୍ରକାଶ ନେଇଯିବେ?
ଏ ସବୁ ପ୍ରକାଶ ଚାହିଁଲେ ଟାଳି ହେବ କିନ୍ତୁ ସେ କଣ ଚାହିଁବେ କେବେ? ସବୁ ତ ଗୋଟେ ସ୍ତ୍ରୀ କୁ ସହିବାକୁ ହୁଏନା । ସ୍ୱାମୀର ଆଦେଶ ମାନିବା ଗୋଟେ ପତିବ୍ରତା ସ୍ତ୍ରୀର ଲକ୍ଷଣ । ଏମିତି କେତେକ ପଶ୍ନର ପାହାଡ ଉପରେ ଠିଆ ହୋଇଥାଏ ପ୍ରଣିତା । ବାପ ଘରେ ବାପା,ଭାଈ,ବୋଉ ର ଇଜତ୍ କୁ ଜଗି ଚଳିବ ଆଉ ଶାଶୁ ଘରେ ସ୍ବାମି,ଶ୍ବଶୁର ଆଉ ଶାଶୁ କୁ ମାନି ଚଳିବାକୁ ହେବ ଏଇ ହେଉଛି ବିଧିର ବିଧାନ ଆଉ ସମାଜର ନିୟମ । ଯେମିତି ଗୋଟେ ସ୍ତ୍ରୀର କିଛି ଔକାତ୍ ନାହିଁ ଏ ସମାଜରେ। ଯେମିତି ସେ ପ୍ରତିଜ୍ଞା କରିଚି ଏ ସବୁ କିଛି କରିବାକୁ। ସେମିତି ବେଡରେ ପଡି ଭାବୁଥାଏ ପ୍ରଣତି।
କାଉ ମାନଙ୍କ କା..କା ଶବ୍ଦରେ ଭାବନା ରାଇଜରୁ ଫେରିଲା ପ୍ରଣିତା। ବୋଧେ ପାହାନ୍ତା ହୋଇ ଆସିଲାଣି ଟିକେ ଆଖି ପଡି ଆସୁଥିଲା ବୋଧେ।
ପ୍ରକାଶ ବାଇକ୍ ପାର୍କ କରି ପ୍ରଣତି କୁ ରେଷ୍ଟ ରୁମରେ ବସିବା ପାଇଁ କହି ଡାକ୍ତରଙ୍କ ସହିତ କଥା ହେବାକୁ ଚାଲି ଗଲା । ପ୍ରଣତି ଯିବା ପାଁଇ ପ୍ରକାଶ କୁ କହିଲା, ମାତ୍ର ପ୍ରକାଶ ପ୍ରଣତିର କଥାକୁ ଏଡାଇ ଦେଇ କହିଲା “ତୁମେ ଏଠି ବସ ମୁଁ କଥା ହୋଇ ଆସୁଚି ତୁମେ ଯାଇ କଣ କରିବ ଏକା ଥରେ ଅପରେସନ ରୁମକୁ ଯିବ’’। ପ୍ରଣତି କିନ୍ତୁ ଆଜି ଆଉ କିଛି ଭାବିକି ଆସିଥିଲା।
ସାହାସ ଜୁଟାଇ କହିଲା ଅପରେସନ ମୋର ହେବ ! ମୁଁ କରୁଚି ! ମୋର ଆଗ ଭଲ ମନ୍ଦ ଜାଣିବା କଥା ହେଲେ …। ହଉ ବାବା ଆସ ,କାଳେ ଡରିଯିବ ଅପରେସନ କଥା ଶୁଣି ସେଥିପାଇଁ କହୁଥିଲି। ତମେ ଯଦି କହୁଚ ଯିବ ମୁଁ କାହିଁକି ବାଧା ଦେବି ।
ପ୍ରକାଶ ଆଗ ଯାଇ ବସିଲା ଡାକ୍ତରଙ୍କ ସମ୍ମୁଖରେ ପଡିଥିବା ସିଟ୍ ରେ । ଗୋଟେ ଗମ୍ବିର ହୃଦୟରେ ଯାଇ ପ୍ରକାଶ ପାଖ ସିଟ ରେ ବସିଲା ପ୍ରଣତି। ଡକ୍ଟର ଅନ୍ୟଜଣେ ପେସେଣ୍ଟ୍ ସହ କିଛି ଆଲୋଚନା କରୁଥିଲେ। ପ୍ରଣତି ଆଉ ପ୍ରକାଶ ଚୁପ୍ ଚାପ୍ ବସିଥାନ୍ତି ଯେପରି ଦୁହେଁ ଅଜଣା, କେହି କାହାରିକୁ ଜାଣି ନାହାନ୍ତି କି ଚିହ୍ନି ନାହାନ୍ତି ।
ଆଉ ପ୍ରଣତି ମାଡମ୍ କଣ ପୁରା ରେଡି ହୋଇ ଆସିଛନ୍ତି ତ? ପଚାରିଲେ ଡାକ୍ତର । ରେଡି କଣ ସାର, କରିବାକୁ ହେବ ନାଁ। ହେଲେ ସାର, ଅପରେସନ ପୂର୍ବରୁ ମୁଁ କିଛି ପଚାରିବାକୁ ଚାହେଁ। ପ୍ରଣତିର ଡାକ୍ତରଙ୍କୁ ଏହି ପ୍ରଶ୍ନରେ ଏକ ପ୍ରକାର ଘାବରେଇ ଗଲା ପ୍ରକାଶ । ପ୍ରକାଶ ପ୍ରଣତି କୁ ବାଧା ଦେଇ କହିଲା
ଆରେ ସାର ଙ୍କୁ ତୁମେ କଣ ପଚାରିବ ମ! ତୁମେ କଣ ଜାଣିଚ ସେ ବିଷୟରେ? ପ୍ରଣତିକୁ କୁହାଇ ନ ଦେବା ଛଳରେ କହିଲା ପ୍ରକାଶ । ନାଁ ପ୍ରକାଶ ତୁମେ ଟିକେ ଧର୍ୟ୍ୟ ଧର ତାଙ୍କୁ ତାଙ୍କ ମନ କଥା କହି ବାକୁ ଦିଅ ।ତାଙ୍କୁ ତାଙ୍କର ଭଲ ମନ୍ଦ ଜାଣିବାକୁ ପୁରା ଅଧିକାର ଅଛି। ଡାକ୍ତରଙ୍କ ଏହି କଥାରେ ଝାଉଁଳି ପଡିଥିବା ପ୍ରଣତିର ମୁହଁରେ ଟିକେ ଆଶା ଜାଗିଲା । ପ୍ରକାଶ ଏଥର ଚୁପ ରହିଲା।
କୁହନ୍ତୁ ମାଡାମ୍ କଣ ଜାଣିବାକୁ ଚାହୁଛନ୍ତି ପଚାରିଲେ ଡାକ୍ତର ।
ସାର ଅପରେସନ ବିନା କଣ ଦ୍ୱିତୀୟ ଉପାୟ କିଛି ନାହିଁ ପ୍ରକୃତରେ ମୋର ଆନ୍ତରିକ ଇଛା ନାହିଁ ଏବେଠୁ ସିଜେରିଆରଲ ପ୍ଲାନିଙ୍ଗ କରିବାକୁ।ବହୁତ ଡରି ଡରି ଡାକ୍ତରଙ୍କୁ ପଚାରିଲା ପ୍ରଣିତା ।
ବହୁତ ଭଲ ପ୍ରଶ୍ନ ପଚାରିଲେ ମାଡାମ।ଗୋଟେ କଣ ଦୁଇ ତିନଟି ଉପାୟ ଅଛି। ପ୍ରକାଶ ଚାହିଁଲେ ତୁମ ବଦଳରେ ସେ ପ୍ଲାନିଙ୍ଗ କରିପାରିବେ। ଆଉ ଆପଣ ନିଜେ କିଛି କଟା କଟି ନ କରି ବି ଲଙ୍ଗ ମେଥଡ କଣ୍ଟ୍ରନେଫଟିଭ ବ୍ୟବହାର କରିପାରିବେ। ଆହୁରିବି ମିଳାମିଶା ପୂର୍ବରୁ ନିରୋଧ ବ୍ୟବହାର କରିପାରିବେ। ଆଉ ସବୁଠୁ ବଡ କଥା ନିଜକୁ ସଂଯମ କରି ରଖିବା ।ସବୁ କଥା ପ୍ରଣତି କୁ ଡାକ୍ତର ଠିକ୍ ଠିକ୍ ରେ ବୁଝାଇ ଦେଲେ ପ୍ରଣତିକୁ । ଟିକେ ହାଲକା ଅନୁଭବ କରୁଥିଲା ସେ ଯେପରି ଏକ ଅନେକ ଦିନରୁ ଥିବା ରୋଗ ତାର ଭଲ ହୋଇଯାଇଛି। ପ୍ରଣତି ଡାକ୍ତରଙ୍କୁ ଧନ୍ୟବାଦ ଜଣାଇ ଚାଲି ଆସିଲା ଚାମ୍ଭର ଛାଡି । ସେତେବେଳକୁ ପ୍ରକାଶ ରାଗିକି ଗୋଟେ ପ୍ରକାର ଲାଲ ପଡି ଯାଇଥିଲା । କାରଣ ବିନା ଫ୍ୟାମିଲ ପ୍ଲାନିଙ୍ଗ ଅପରେସନରେ ସରକାରଙ୍କଠୁ ମିଳୁଥିବା ପଇସା ଆଉ ତାଙ୍କୁ ମିଳିବନି ଯେଉଁ କଥା ସେ ବହୁ ପୂର୍ବରୁ ଜାଣିଥିଲା । ସେଥିପାଇଁ ସେ ଧଡ୍ ପଡ୍ ହୋଇ ଉଠି ପ୍ରଣତି ପଛେ ପଛେ ଆସିଲା ପାଖକୁ ଯାଇ ପ୍ରଣତି ର ଗୋଟେ ପଟ ବାହୁ କୁ ଧରି ବୁଲାଇ ଦେଲା ଜୋରରେ ରାଗି ଯାଇ ।
ପ୍ରକାଶ – କଣ ସବୁ ଡ୍ରାମା କଲ ଭିତରେ ।
ପ୍ରଣତି – କଣ ଡ୍ରାମା ଯେ?
ନିଜ ବିଷୟରେ ଜାଣିବା ଯଦି ଡ୍ରାମା ତେବେ ଏହା ପରଠୁ ସବୁ କାମରେ ଚାଲିବ ଡ୍ରାମା। ଅପରେସନ ବ୍ୟତୀତ ଅନ୍ୟ ଉପାୟ ଅଛି ନାଁ । ତମେ ଏତେ ବ୍ୟସ୍ତ ହୋଇ ପଡୁଛ କାହିଁକି ? ସ୍ୱାମୀଙ୍କୁ ବୁଝାଇ କହିଲା ପ୍ରଣତି ।
ପ୍ରକାଶ- ସେ ସବୁ କିନ୍ତୁ ସୁରକ୍ଷିତ ନୁହେଁ।
ପ୍ରଣତି- କାଇଁ ଡାକ୍ତରତ ସେପରି କିଛି କହିଲେନି ଯେ ଏଇଟା ସେଭ ସେଇଟା ସେଭ ନୁହେଁ ବୋଲି।
ପ୍ରକାଶ – ତମେ ଜାଣିନ ବୋଧେ ଫ୍ୟାମିଲ ପ୍ଲାନିଙ୍ଗ କଲେ ସରକାର ୫୦୦୦ ଦଉଛନ୍ତି ଯେ । ପ୍ରଣିତି ଏଥର ପ୍ରକାଶ କୁ ରାଗରେ ଚାହିଁଲା।
ପ୍ରଣତି- ବେସ ଏବେ ଠିକ ବୁଝିଲି ତୁମକୁ। ଶେଷରେ ତୁମେବି ସରକାରଙ୍କ ମାଗଣା ପଇସାକୁ ଚାହିଁଚ। ଧିକ୍ ତୁମ ପୁରୁଷ ପଣିଆ ଯିଏ ସ୍ତ୍ରୀକୁ କାଟି ମାଗଣା ପଇସାକୁ ଅନାଇ ବସିଚି ଏଇଥିରେ ତୁମର ବାହାଦୁରି ନା କଣ ?
ପ୍ରକାଶ ଏଥର ଚୁପ ହୋଇଗଲା ଏଥର ତା ପାଟିରୁ କଥା ଆଉ ବାହାରିଲାନି। ତା ମୁଣ୍ଡରୁ କାନ ଦେଇ କେଇବୁନ୍ଦା ଝାଣ ବୋହିଗଲା। ଆଉ ପ୍ରଣତିର ଆଖିରୁ ବହୁଥିଲା ଦୁଇ ଧାର ଲୁହ । ଦୁହେଁ ଚୁପ ।ପ୍ରକାଶ ଆଖି ମିଶାଇ ପାରୁନଥାଏ ପ୍ରଣତି ର ଆଖି ସହିତ ।
ପ୍ରକାଶ – ଆଇ ଆମ ସରି ପ୍ରଣତି । ମତେ କ୍ଷମା କରିଦିଅ । ମୁଁ ଟିକେ ପୁରୁଷ ପଣର ମିଛ ଦମ୍ବରେ ଭାସିଯାଇଥିଲି କିଛି କରିବାର ଆଉ ଆବଶ୍ୟକ ନାହିଁ । ଆଉ ରହିଲା ସରକାରଙ୍କ ମାଗଣା ଯୋଜନା ଫ୍ରି ପଇସା । ସେ ସବୁ କିଛି ଦରକାର ନାହିଁ ମୋର । ମୋର କେବଳ ତମେ ଦରକାର । ପ୍ରଣତି ମୁହଁରେ ଚେନ୍ନାଏ ହସ ଖେଳିଗଲା ଭାବୁଥିଲା ଆଜିର ବିଜୟ ଏକା ତାର ନୁହେଁ ସମଗ୍ର ସ୍ତ୍ରୀ ଜାତିର । ଖାଲି ନିଜକୁ ସବୁ କ୍ଷେତ୍ରରୁ ବୁଝିବା ଦରକାର।।
ପ୍ରକାଶ ମଲ୍ଲିକ, ଜଗତସିଂହପୁର, ଅଲଣାହାଟ