ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରବିବାର ସୂର୍ଯ୍ୟଦେବଙ୍କ ଦିନ । ଜୀବନରେ ସୁଖ-ସମୃଦ୍ଧି, ଧନ-ସମ୍ପତି ଏବଂ ଶତୃଙ୍କଠାରୁ ରକ୍ଷା ପାଇଁ ରବିବାର ବ୍ରତ ସର୍ବଶ୍ରେଷ୍ଠ । ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ମାହାତ୍ମ୍ୟ ରହିଛି । ଏହା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି । ବିଷ୍ଣୁ ପୁରାଣ, ଭଗବତ ପୁରାଣ,ବ୍ରହ୍ମା ପୁରାଣ ଆଦିରେ ଏନେଇ ବିସ୍ତୃତ ହୋଇଛି । ବିଶ୍ୱାସ ରହିଛି କି ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ଦ୍ୱାରା ସମସ୍ତ ରୋଗ ଦୂର ହୋଇଥାଏ । ଯେତେବେଳେ ଶ୍ରୀ ବିଷ୍ଣୁ ଧରାପୃଷ୍ଠରେ ଶ୍ରୀରାମଙ୍କ ଅବତାର ଧାରଣ କଲେ ସେ ବି ତାଙ୍କ ଦିନର ଆରମ୍ଭ ସୂର୍ଯ୍ୟଦେବଙ୍କୁ ପୂଜା କରି ଆରମ୍ଭ କରିଥିଲେ । ସୂର୍ଯ୍ୟ ଉଦୟ ହେବା ପରେ ସାରା ଜଗତରେ ଅନ୍ଧକାର ଦୂର ହେବା ସହ ଚାରିଆଡେ ଆଲୋକମୟ ହୋଇଥାଏ । ପ୍ରକୃତରେ ସୂର୍ଯ୍ୟଦେବଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି କୁହାଯାଇଥାଏ । ତେବେ ଆସନ୍ତୁ ଜାଣିବା
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ବିଧି:
– ପ୍ରଥମ ନିୟମ ହେଉଛି ସୂର୍ଯ୍ୟଦେବଙ୍କୁ ଦର୍ଶନ କରିବାର ଗୋଟେ ଘଣ୍ଟା ପୂର୍ବରୁ ଅର୍ଘ୍ୟ ଦେବା ଉଚିତ୍ । ସେଥିପାଇଁ ସକାଳୁ ନିତ୍ୟକ୍ରମ ସାରି ୮ ଟା ଭିତରେ ଏହି କାମ ସାରିବା ଉଚିତ୍ ।
– ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଆଡକୁ ହେବା ଉଚିତ୍ ।
– ସେଥିପାଇଁ ଜଳରେ ଆପଣ ଫୁଲ ଏବଂ ଚାଉଳ ମିଶାଇ ଅର୍ପଣ କରି ପାରିବେ । ଏହାସହିତ ଯଦି ସୂର୍ଯ୍ୟମନ୍ତ୍ର ଜପିବେ ତେବେ ବିଶେଷ ଲାଗ ପ୍ରାପ୍ତ ହେବେ ।
– ଲାଲ ରଙ୍ଗର ବସ୍ତ୍ର ପିନ୍ଧି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଅଧିକ ପ୍ରଭାବଶାଳୀ ହୋଇଥାଏ । ଜଳ ଅର୍ପଣ କରି ସାରିବା ପରେ ଧୂପ ଏବଂ ଦୀପ ଦେଇ ପୂଜା କରନ୍ତୁ ।
– ଅର୍ଘ୍ୟ ଦେବା ସମୟରେ ମୁଣ୍ଡ ଉପରେ ହାତ ରହିବା ଉଚିତ୍ । ଏଭଳି କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ ସାତଟି କିରଣ ଶରୀରରେ ପଡିଥାଏ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ନବଗ୍ରହଙ୍କର ବି କୃପା ଲାଭ ହୋଇଥାଏ ।
– ଜଳ ଅର୍ପଣ କରି ସାରିବା ପରେ ତିନି ଥର ପରିକ୍ରମା କରନ୍ତୁ ।
– ମନବାଂଛିତ ଫଳ ପ୍ରାପ୍ତି ପାଇଁ ପ୍ରତିଦିନ ‘ଓଁ ହ୍ରିଂ ହ୍ରିଂ ସୂର୍ଯ୍ୟାୟ ସହସ୍ତ୍ର୍ରକିରଣରାୟ ମନୋବାଂଛିତ ଫଲମ୍ ଦେହି ଦେହି ସ୍ୱାହା’ ମନ୍ତ୍ରକୁ ଜପ କରନ୍ତୁ ।