ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ ଉଲ ଜୁହା । ଏହି ଅବସରରେ ଗାଁଠୁ ସହର ସତ୍ସବ ମୁଖର । ସମଜିତ ମାନଙ୍କୁ ମଧ୍ୟ ଗତକାଲି ଠାରୁ ସୁସଜ୍ଜିତ କରି ରଖାଯାଇଛି । ଇସ୍ଲାମ ପରମ୍ପରା ଅନୁସାରେ ଆଜି ମୁସଲମାନ ଭାଇ ମାନେ ସମୂହ ନମାଜ ପାଠ କରି । ପରସ୍ପରକୁ ଅଭିନନ୍ଦନ ଜଣାଇବେ । ଆଜି ଦିନ ହେଉଛି ଏକ ତ୍ୟାଗର ଦିନ ।ମୁସଲମାନ ଭାଇ ମାନେ ସମୂହ ନମାଜ ପାଠ କରିବା ସହିତ ଦାନ ଧର୍ମ କରିବାର ପରମ୍ପରା ମଧ୍ୟ ରହି ଆସିଛି । ଏହି ପବିତ୍ର ପର୍ବକୁ ବକ୍ରିତ ମଧ୍ୟ କୁହା ଯାଇଥାଏ ।
ସେହିଭଳି ଇସଲାମ ଧର୍ମ ଅନୁସାରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ଖୁଦାଙ୍କ ପାଇଁ ବଳିଦାନ କରିଥାନ୍ତି । ତେବେ ଇତିହାସ ଅନୁସାରେ ହଜରତ ଇବ୍ରାହିମ ନାମକ ଜଣେ ବ୍ୟକ୍ତିଙ୍କୁ ନିଜର ପୁଅକୁ ବଳିଦେବାକୁ କହିଥିଲେ । ଇବ୍ରାହିମ ମଧ୍ୟ ଏହାକୁ ସ୍ୱୀକାର କରିଥିଲେ । ଆଲ୍ଲାହା ଇବ୍ର୍ରାହିମଙ୍କ ଏହି ବଳିଦାନ ଦେଖି ତାଙ୍କ ନିଜ ପୁଅ ସ୍ଥାନରେ ଏକ ପଶୁ ରଖି ଦେଇଥିଲେ ।
ସେହି ଦିନ ଠାରୁ ଏହାକୁ ବକ୍ରିତ ବା ଇଦ ଭାବେ ପାଳନ କରାଯାଇ ଆସୁଛି । ବକରିଦ ଅନୁସାରେ ଛେଳିକୁ ବଳିଦେବାର ପରମ୍ପରା ରି ଆସିଛି । ତେବେ ଏହା ବାଧ୍ୟତା ମୂଳକ ନୁହେଁ । ଇଦ ୂଦିନ ସକାଳେ ନମାଜ ପାଠ ପରେ ବଳିଦେବା ପରମ୍ପରା ରହି ଆସିଛି । କୋରାନ ଅନୁସାରେ ଯଦି ଜଣେ ବ୍ୟକ୍ତି ନିଜ ଆୟର ଦେଢ ପ୍ରତିଶତ ସମାଜର ମଙ୍ଗଳ କାମନା ପାଇଁ ଦାନ କରିଥାଏ ତାହା ପାଇଁ ମଙ୍ଗଳ ହୋଇଥାଏ ।