ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଯାଇଛି । ଗତକାଲି ପଶ୍ଚିମ ଅଞ୍ଚଳ ସମେତ ରାଜଧାନୀରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ତେବେ ବର୍ଷାରେ ପରିମାଣ ଆଜି ଠାରୁ ଅଧିକ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚିନା ଦେଇଛି । ସକାଳ ୭ଟା ୧୫ରୁ ୧୦ଟା ୧୫ ପର୍ୟ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
୧୪ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ଓ ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ପବନ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ନଜରରେ ରଖି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।
ଆସନ୍ତା ୧୪ ତାରିଖ ଯାଏ ସମୁଦ୍ର ଅସାନ୍ତ ରହୁଥିବାରୁ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।ବର୍ଷାକୁ ଆଖିରେ ରଖି ହୀରାକୁଦ ଡ୍ୟାମର ଗେଟ ମଧ୍ୟ ର୍ଖୋଲାଯିବା ପାଇଁ ନିଷ୍ପତ୍ତି କରାଯାଇଛି । ୧୪ ତାରିିଖରେ ହୀରାକୁୀଦ ଡ୍ୟାମ ଖୋଲାଯିବ । ତେବେ କେତୋଟି ଗେଟ ଦେଇ ବନ୍ୟାଜଳ ପ୍ରଭାହିତ ହେବ ତାହା ଜଣାପଡି ନାହିଁ ।