ମୟୁରଭଞ୍ଜ ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି । ମଦକୁ ବନ୍ଦ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ତୀବ୍ର ହୋଇଛି । ଏଇ ନିକଟରେ ମଦ ବେପାରିଙ୍କୁ ପୁରସ୍କାର ପ୍ରସଙ୍ଗ ନେଇ ବିଧାନସଭାରେ ତୁମ୍ବି ତୋଫାନ ହୋଇଥିଲା । ଯାହାକୁ ନେଇ ସରକାରଙ୍କୁ କଠୋର ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଏତେ ସବୁ ପରେ ମଧ୍ୟ ଅବାଧ ମଦ ବ୍ୟବସାୟ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି ।
ମୟୂରଭଞ୍ଜର ବହଳଦା ବଜାରରେ ଥିବା ଏକ ଗୋଦାମରେ ଚଢ଼ାଉ କରି ଗୋଟିଏ ଦଶ ଚକିଆ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ୍। ଟ୍ରକ୍ ରୁ ମଦ ଅନଲୋଡିଂ ଚାଲିଥିବା ବେଳେ ବହଳଦା ଥାନା ପୋଲିସ ଟ୍ରକକୁ ଜବତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଉକ୍ତ ଗୋଦାମରେ ବେଆଇନ ଭାବେ ମଦ ବ୍ୟବସାୟ ଚାଲିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୋଲିସ ଗୋଦାମ ଉପରେ ନଜର ରଖିଥିଲା ।
ଗତକାଲି ବିଶେଷ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା ଯେ ଏଠାରେ ଏକ ଦଶ ଚକିଆ ଗାଡିରୁ ବିଦେଶୀ ମଦ ଅଲୋଡ ହେଉଛି । ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଜବତ କରିଥିଲା । ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । କରେ ଥିବା ୨ଶହ ପେଟିରୁ ଉର୍ଦ୍ଧ୍ବ ଚୋରା ବିଦେଶୀ ମଦର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।