ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନବୀନ ସରକାର ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ପୁରା ଆକ୍ସନ ମୁଡକୁ ଆସିଛନ୍ତି । ସେ ଶିକ୍ଷା ହେଉ କି ସ୍ୱାସ୍ଥ୍ୟ ସବୁଥିରେ ଗୁଣାତ୍ମକ ମାନ ବଢାଇବା ପାଇଁ ପ୍ରଚେଷ୍ଟାରେ ରାଜ୍ୟ ସରକାର । ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବଢାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ନୂଆ ଆଇନ ପ୍ରଣୟନ କରୁଛନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଉ ଏକ ନୂଆ ନିୟମ ଆଣିଛନ୍ତି ।
ଏଣିକି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ, ବିଜ୍ଞାନ ଓ ଇଂରାଜୀକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ପ୍ରତି ପିରିୟଡ୍ ୪୫ ମିନିଟ୍ କରାଯାଉଥିଲା ମାତ୍ର ଏହାକୁ ଏବେ ଦେଢ ଘଣ୍ଟାକୁ ବୃଦ୍ଧି କରାଯାଇଛି । ସେହିଭଳି ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯିବ ।
ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଚଳିତ ଥର ରାଜ୍ୟରେ ଯୁକ୍ତ ୨ ଓ ଦଶମରେ କେତେକ କଲେଜରେ ପରୀକ୍ଷା ଫଳାଫଳ ଶୂନ ରହିଥିବାର ଦେଖା ଯାଇଥିଲା । ସେହିଭଳି ଗଣିତ , ଇଂରାଜୀ ଓ ବିଜ୍ଞାନରେ ମଧ୍ୟ ଫଳାଫଳ ସେତେଟା ଭଲ ହୋଇ ନଥିଲା । ଯାହାକୁ ଦୃ୍େଟିରେ ରଖି ସରକର ଏମିିତି ଏକ ନିଷ୍ପତ୍ତିି ନେଇଥିବା ଚର୍ଚ୍ଚା ଜୋର ଧରିଛି ।