ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜାମ୍ମୁକାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ରାହୁଳଙ୍କୁ କାଶ୍ମୀର ସ୍ଥିତି ପରିଦର୍ଶନ ପାଇଁ ବିମାନ ପଠାଇବା ପ୍ରସଙ୍ଗରେ ମୁହଁ ଖୋଲିଲେ ରାହୁଳ ଗାନ୍ଧି । ପ୍ରତିକ୍ରିୟାରେ କହିଲେ କାଶ୍ମୀରରେ ବୁଲିବା ପାଇଁ ବିମାନ ନୁହେଁ ସ୍ୱତନ୍ତ୍ରତା ଦରକାର । ରାହୁଳ ଗାନ୍ଧି ରାଜ୍ୟପାଳଙ୍କ କଥାକୁ ସମର୍ଥନ କରି କହିଛନ୍ତି କାଶ୍ମୀର ବୁଲିବା ପାଇଁ ବିପକ୍ଷ ଦଳର କିଛି କର୍ମୀଙ୍କୁ ବିମାନ ନୁହେଁ ଦରକାର ସ୍ୱତନ୍ତ୍ରତା ।
ତେବେ ଏହି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧି ଟ୍ୱିଟ କରି ଲେଖିଛନ୍ତି ‘ ଆଦରଣୀୟ ରାଜ୍ୟପାଳ ( ଜାମ୍ମୁ ଓ କାଶ୍ମୀର) ଆପଣଙ୍କ ନିମନ୍ତ୍ରଣ ଫଳରେ ମୁଁ ଏବଂ ବିପକ୍ଷ ଦଳର କିଛି କର୍ମକର୍ତ୍ତା କାଶ୍ମୀର ଓ ଲଦାଖରେ ବୁଲିବା ପାଇଁ ନିଶ୍ଚୟ ଜିବୁ । ଏଥିପାଇଁ ଆମକୁ ବିମାନ ନୁହେଁ ବରଂ କାଶ୍ମୀରରେ ବୁଲିବା ଓ ଲୋକ ମାନଙ୍କ ସହିତ ଆଷଳାଚନା କରିବା ପାଇଁ ସ୍ୱତନ୍ତ୍ରତା ଦରକାର ଏବଂ ମୁଖ୍ୟଧାରାରେ ଥିବା ନେତାଙ୍କୁ ସୈନିକଙ୍କ ସହିତ କଥା ହେବାକୁ ସ୍ୱାଧୀନତା ଦରକାର ବୋଲି କହିଛନ୍ତି ।
ସୂଚନାଯୋଗ୍ୟ କାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ କଂଗ୍ରେସ ଅଭିଯୋଗ କରିଥିଲା କାଶ୍ମୀରରେ ହିଂସା ଘଟିଛି । ଯାହାକୁ ଖଣ୍ଡନ କରି ଜାମ୍ମୁକାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ରାହୁଳଙ୍କୁ ପ୍ରତିକ୍ରିୟାରେ କହିଥିଲେ ସେ ଗୋଟେ ସ୍ୱତନ୍ତ୍ର ବିମାନ ପଠାଇବେ ଯେଉଁଥିରେ ରାହୁଲ ଆସି କାଶ୍ମୀରର ସ୍ଥିତି ପରୀକ୍ଷା କରିବା ପାଇଁ ।