ଭୁବନେଶ୍ୱର (ଏଟିଆର ବ୍ୟୁରୋ):ବିରତ୍ୱ ଓ ବଳିଦାନର ଦିବସ ସ୍ୱଧୀନତା ଦିବସ । ଆଉ ଦିନ କେଇଟା ପରେ ସାରା ଦେଶ ପାଳିବ ୭୩ ତମ ସ୍ୱଧୀନତା ଦିବସ । କାଶ୍ମିର ରୁ କନ୍ୟା କୁମାରୀ ସବୁଠି ଉଡିବ ତ୍ରିରଙ୍ଗା । ଗୋଟିଏ ତ୍ରିରଙ୍ଗା ତଳେ ଏକ ହେବେ ସମସ୍ତେ । ର୍ଧମ ବର୍ଣ୍ଣ ନିବିଶେଷରେ, ଜାତୀୟ ଏକତା, ସଂଘତିର ଶପଥ ନେବେ କୋଟି କୋଟି ଭାରତୀୟ । ଆଉ ସମସ୍ତଙ୍କ ମହରେ ଥିବ ଗୋଟିଏ ଶବ୍ଦ ଭାରତ ମାତା କି ଜୟ.. ବନ୍ଦେମାତାରମ..
ଏବେ ପଲ୍ଲୀ ରୁ ଦିଲ୍ଲୀ ସବୁଠି ଦେଶ ପ୍ରମର ସୁଅ ଛୁଟୁଛି ଲୋକଙ୍କ ମନରେ । ଆମେ ଭାରତୀୟ ଆଉ ଭାରତ ଆମର । ଏହି ଭାବନା ସହ ହାତରେ ତ୍ରିରଙ୍ଗା, ମନରେ ଦେଶ ପ୍ରେମ, ଆଉ ଆଖିରେ ସ୍ୱାଧୀନତା ଉଲ୍ଲାସତାର ସହିତ ୭୩ ତମ ସ୍ୱାଧୀନତା ଦିବସକୁ ପାଳନ କରିବାକୁ ଯାଉଛନ୍ତି ପ୍ରତେକଟି ଭାରତୀୟ । ଏଥିପାଇଁ ତ ସଜେଇ ହେଲାଣି ରାଜଧନୀ ଭୁବନେଶ୍ୱର । ରଜଧାନୀର ରଜରାସ୍ତା ସହ ଗଳିକନ୍ଦି ସବୁଠି ମେଲିଛି ତ୍ରିରଙ୍ଗା ପସରା । ଖାଲି ତ୍ରିରଙ୍ଗା ନୁହେଁ ଟ୍ରାଇ କଲରରେ ନିର୍ମିତ ବିଭିନ୍ନ ସାମଗ୍ରୀ ମଧ୍ୟ ବିକ୍ରି କରୁଛନ୍ତି ବ୍ୟବସାୟୀ । ରିଷ୍ଟ୍ ବ୍ୟାଣ୍ଡ, ହେୟାର ବ୍ୟାଣ୍ଡ, କ୍ୟାପ୍, ବ୍ୟାଚ୍୍, ସ୍ରାର୍ପ, ତ୍ରିରଙ୍ଗା ପତାକା, ଷ୍ଟାଣ୍ଡ ବାଲା ପତାକା ଆଦି ଭଳିକି ଭଳି ସାମଗ୍ରି ବିକ୍ରିହେଉଛି ବଜାରରେ । ଏହା ସହ ଟ୍ରାଇ କଲର ମୁରୁଜର ମଧ୍ୟ ଅଧିକ ଡିମାଣ୍ଡ ରହିଛି । ଆଉ କେଉଁ କେଉଁ ରିଷ୍ଟ୍ ବ୍ୟଣ୍ଡରେ ଲେଖା ହେଇଛି ଓ ଖଙଠଋ ଗଣ ଓଘଊଓଇ, ଔଇଣ ଐଓଘଊ ଯାହା ଅତୀତର ସେଇ ବୀରତ୍ୱ, ବଳିଦାନ, ସଂଘ୍ରଷର ଗାଥାକୁ ମନେପକାଇ ଦେଉଛି ।