ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ୨୦୨୨ ରେ ହେବାକୁ ଥିବା ବର୍ମିଂଘମ ରାଷ୍ଟ୍ରମଣ୍ଡଳ ଖେଳରେ କ୍ରିକେଟକୁ ସାମିଲ କରାଯାଇଛି । ଗୋଟେ ଐତିହାସିକ ନିଷ୍ପତି ଅନୁଯାୟୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଂଉସିଲ ଏବଂ କମନୱେଲ୍ଥ ଗେମ୍ସ ଫେଡରେଶନ ପକ୍ଷରୁ ଘୋଷଣା କରାଯିବା ସହ କୁହାଯାଇଛି କି ବର୍ମିଂଘମ ରେ ୨୦୨୨ରେ ହେବାକୁ ଥିବା କମନୱେଲ୍ଥ ଗେମ୍ସରେ ମହିଳା ଟି୨୦ କ୍ରିକେଟକୁ ସାମିଲ କରାଯାଇଛି ।
କମନୱେଲ୍ଥ ଗେମ୍ସରେ ସର୍ବମୋଟ ୮ ଟି ଦଳ ଭାଗ ନେବେ । ଏହି ଅବସରରେ ସମସ୍ତ ମ୍ୟାଚ୍ ଏଜବେଷ୍ଟନ କ୍ରିକେଟ ଗାଉଣ୍ଡରେ ଖେଳାଯିବ ।
ବର୍ଷ ୧୯୯୮ ପରେ ଏହା ପ୍ରଥମ ଖେଳ ହେବ ଯେବେ କ୍ରିକେଟକୁ କମନୱେଲ୍ଥ ଗେମ୍ସରେ ସାମିଲ କରାଯାଇଛି । ସେ ସମୟରେ କୁଆଲାଲଂପୁର ରେ ଖେଳା ହୋଇଥିବା ମୁକାବିଲାରେ ଦକ୍ଷୀଣ ଆଫ୍ରିକା ଦଳ ୫୦ ଓଭରର କ୍ରିକେଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ସେହି ଅବସରରେ ଜ୍ୟାକ୍ସ କ୍ୟାଲିକ୍ସ, ରିକି ପୋଂଟିଙ୍ଗ, ସଚିନ୍ ତେନ୍ଦୁଲକର ଭଳି ଦମଦାର ଖେଳାଳି ଭାଗ ନେଇଥିଲେ ।