ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଗତ କାଲି ଠାରୁ ବଢିଛି । ବିଶେଷ କରି ପଶ୍ଚିମ ଓଡିଶାରେ ଲଗାଣ ବର୍ଷା ପ୍ରଭାବରେ ବେହାଲ ହୋଇ ପଡିଛି । ଗତକାଲି ବଲାଙ୍ଗୀର, ସମ୍ଭଲପୁର , ବରଗଡରେ ବନ୍ୟା ପରିସ୍ଥିତି ଉପୁଜିଛି । ଲଘୁଚାପ ପ୍ରଭାବରେ ବର୍ଷା ଆହୁରି ତିନିଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଲର୍ଟ ଜାରି କରିଛି । ତେବେ ଆଜି ଠାରୁ ବର୍ଷାର ପରିମାଣ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ ଆଜି କୋରାପୁଟ, ରାୟଗଡା, କନ୍ଧମ।ଳ, ନବରଙ୍ଗପୁର, ଅନୁଗୁଳ , ସୋନପୁର, ଦେଓଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଓ ବରଗଡ ଜିଲ୍ଲାକୁ ଆଜି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ, ବଲାଙ୍ଗୀର , କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଅନୁମାନ କରାଯାଇଛି ।
ସେହିଭଳି ଉପକୂଳ ଓଡିଶାର ଖୋର୍ଦ୍ଧାୂ ପୁରୀ , କଟକ ଓ ନୟାଗଡ, ମାଲକାନଗିରି, ଗଞ୍ଜାମ,ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ସେହଭଳି ଆସନ୍ତାକାଲି ଅର୍ଥାତ ୧୫ ଅଗଷ୍ଟରେ ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡା ଜିଲ୍ଲାକୁ ୟେଲୋୱାର୍ଣ୍ଣି ଜାରି କରାଯାଇଛି । ଏହି ଦୁଇଦିନ ବ୍ୟତୀତ ୧୬ ତାରିଖଠାରୁ ବର୍ଷାର ପରିମାଣ ଧିରେ ଧିରେ କମିବ ବୋଲି ଆଶା କରାଯାଉଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।