ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଜାମ୍ମୁକାଶ୍ମୀରୁ ୩୭୦ ଉଚ୍ଛେଦ ପରେ ବିରେଧୀଙ୍କୁ କଡା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳିର ୭୫ ଦିନରେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଜାମ୍ମୁକାଶ୍ମୀରୁ ୩୭୦ କୁ ଉଚ୍ଛଦକୁ ବିରୋଧ କରୁଥିବା ବିରୋଧୀଙ୍କୁ ପ୍ରଧାନ ମନ୍ତ୍ରୀ କଡା ଜବାବ ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆତଙ୍କବାଦି ପ୍ରତି ସହାନୂଭୂତି ଦେଖାଉତିବା ବ୍ୟକ୍ତି ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି । ଖବର ସରବରାହ ସସ୍ଥା ଆଇଏନଏନଏସକୁ ଏକ ସାକ୍ଷାତକାର ଦେଇ ମୋଦି ଏହା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଜାମ୍ମୁକାଶ୍ମୀରରୁ ୩୭୦ ହଟାଇବା ରାଷ୍ଟ୍ରୀୟ କଥା ଏହା ରାଜନୈତିକ ନୁହେଁ । ଏହା ବ୍ୟତିତ କାଶ୍ମୀର ପାଇଁ କୌଣସ ବଡ ନିଷ୍ପତ୍ତି ହୋଇ ନଥାନ୍ତା । ବିରୋଧ ସେହିମାନେ କରୁଛନ୍ତି ଯେଉଁମାନେ ରାଜନୈତିକ ଫାଇଦା ପାଉଛନ୍ତି । ସାଧାରଣ ଲୋକ କିନ୍ତୁ ୩୭୦ ଉଚ୍ଛେଦକୁ ୁ ସମର୍ଥନ କରୁଛନ୍ତି । ଲୋକମାନେ ଆଜି ଅନୁଭବ ୁକରୁଛନ୍ତି ଆଗରୁ ଯାହା ଅସମ୍ଭବ ଥିଲା ତାହା ଆଜି ସମ୍ଭବ ହୋଇ ପାରିଛି । ସେ କହିଛନ୍ତି ଜାମ୍ମୁ, କାଶ୍ମୀର ଓ ଲଦାଖର ଭଶଇ ଭଉଣୀ ମାନେ ଏମିତି ଅବସର ଚାହୁଥିଲେ ।
ମାତ୍ର ପୂର୍ବରୁ ଅନୁଚ୍ଛେଦ ୩୭୦ ଏହା କରିବାକୁ ଦେଉ ନଥିଲା । ଏସଟି ଓ ଏସି ଶ୍ରେଣୀର ଲୋକଙ୍କ ପ୍ରତି ଅନ୍ୟାୟ ହେଉଥିଲା । ଯେଉଁ ଆରକ୍ଷଣ ଏବେ ଏଠାରେ ଲାଗୁ ହୋଇ ପାରିବ । ସେହିଭଳି ନିବେଶ କ୍ଷେତ୍ରରେ ମଧ୍ୟ ବହୁତ ôଡବଡ ନିବେଶ କାରୀ ଏଠାରେ ନିବେଶ କରିବେ । ଯାହା ଏହି ରାଜ୍ୟକୁ ବିକାଶ ଆଡକୁ ଅଗ୍ରଗତି କରିବ । ଆଜି ସମସ୍ତ ଦେଶବାସୀ ଜମ୍ମୁ କଶ୍ମୀର ଏବଂ ଲଦାଖ ବାସୀଙ୍କ ସହିତ ରହିଛନ୍ତି। ଆଗାମୀ ଦିନରେ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ଶାନ୍ତି ବଜାୟୀ ରହିବ ଏଥିସହ ବିକାଶ ହେବ ବୋଲି ସେ କହିଛନ୍ତି।