ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍ ର ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ ପୁଣି ବିବାଦରେ ଫସିଛନ୍ତି । ଏହାପୂର୍ବରୁ ବର୍ଷ ୨୦୧୮ରେ ଅଷ୍ଟ୍ରେଲିଆରେ ସୁବ୍ରମଣ୍ୟମ ତାଙ୍କର ଖରାପ ବ୍ୟବହାର ଯୋଗୁଁ ଚର୍ଚ୍ଚାରେ ଆସିଥିଲେ ସତ କିନ୍ତୁ ଏଥିରୁ ବାହାରି ପଡିଥିଲେ । ମାତ୍ର ପୁଣି ଥରେ ୱେଷ୍ଟଇଣ୍ଡିଜ୍ ରେ ତାଙ୍କର ଖରାପ ବ୍ୟବହାରକୁ ଦୋହରାଇ ଏବେ ସଙ୍କଟରେ ସୁବ୍ରମଣ୍ୟମ ।
ଏନେଇ ବିସିସିଆଇ ଦୁଇ ଉଚ୍ଚଆୟୋଗକୁ କହିଥିଲେ କି କ୍ୟାରିବିୟା ରେ ଯେଉଁ ବିଜ୍ଞାପନ ଜାରିକରାଯିବ ସେଥିପାଇଁ ସେମାନଙ୍କୁ ଟିମ୍ ର ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମଙ୍କ ସହ ସମ୍ପର୍କ କରିବାକୁ ହେବ, କିନ୍ତୁ ଯେତେବେଳେ ତ୍ରିନିଦାଦ ଏବଂ ଟୋବାଗୋ ରେ ଥିବା ଭାରତୀୟ ଉଚ୍ଚଆୟୋଗ ଅଧିକାରୀ ସୁବ୍ରମଣ୍ୟମଙ୍କ ସହ ସମ୍ପର୍କ କଲେ ତେବେ ସେ କୌଣସି ପ୍ରକାରର ତାଙ୍କ କଥା ନଶୁଣି ତାଙ୍କୁ ଅଣଦେଖା କରିଥିଲେ ।
ଏନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି କି, ପଥମେ ଏଭଳି ବ୍ୟବହାର କରାଯାଇଥିଲା, କିନ୍ତୁ ତାକୁ ଅଣଦେଖା କରାଗଲା । ସେଥିପାଇଁ ଏବେ ଏହି ସ୍ଥିତି । ଯଦି କଥା ଉଚ୍ଚଆୟୋଗର ହୋଇ ନଥାନ୍ତା କି ସିଓଏଙ୍କ ମୁଖିଆ ବିନୋଦ ରାୟଙ୍କ ଉପରେ କଥା ଆସିନଥାନ୍ତା ତେବେ ଏହାକୁ ବି ଅଣଦେଖା କରି ଦିଆଯାଇଥାନ୍ତି । ମାତ୍ର ଏବେ ଏନେଇ କାର୍ଯ୍ୟକାରି ହୋଇପାରେ । ଏହାସହିତ ବିଶ୍ୱକପ ସମୟରେ ବି ବୋର୍ଡ ଅଧିକାରୀ ତାଙ୍କ ଉପରେ ଖୁସିନଥିଲେ । ଯେକୌଣସି ବ୍ୟକ୍ତି ତାଙ୍କ ସହ କଥାବାର୍ତ୍ତା କରନ୍ତି ମ୍ୟାନେଜରଙ୍କ ବ୍ୟବହାର ସେମାନଙ୍କୁ ନିରାଶ କରିଥାଏ ।