ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବୀର ପୁରୁଷଙ୍କ ତ୍ୟାଗ ବଳିଦାନକୁ ମନେ ପକାଇ ଆଜି ସାରୋ ଦେଶ ପାଳନ କରୁଛି ୭୩ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀରୁ ପଲ୍ଲୀ ସବୁଆଡେ ତ୍ରିରଙ୍ଗା ମୟ । ସମସ୍ତଙ୍କ ମୁହେଁରେ ସେଇ ଗୋଟିଏ କଥା “ବନ୍ଦେ ମାତରମ୍” ଭାରତ ‘ମାତାକି ଜୟ’ ଉଚ୍ଛୁଳି ପଡୁଛି ସାରା ଭାରତ ବର୍ଷ । ଏହି ପବିତ୍ର ଦିବସରେ ସକାଳୁ ସକାଳୁ ସ୍କୁଲ କଲେଜ ମାନଙ୍କରେ ଛାତ୍ରଛାତ୍ରୀ ମାନେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତାକୁ ମନେ ପକାଇଛନ୍ତି ।
ଏହି ଅବସରରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ଅନୁଷ୍ଠିତ ହୋଇଛି । ସେହିଭଳି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ଠାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ସେହିଭଳି ଦିଲ୍ଲୀର ଲାଲକିଲ୍ଲାରେ ୭୩ ତମ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୭୩ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇବା ସହିତ ସେମାନଙ୍କ ଦେଶ ମାତୃକା ପାଇଁ ବଳିଦାନ ଓ ତ୍ୟାଗକୁ ସ୍ମରଣ କରିଛନ୍ତି । ଷଷ୍ଠ ଥର ପାଇଁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୋଦି ।