ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେବୁଲ ଏବଂ ଡିଟିଏଚ୍ ଗ୍ରାହକଙ୍କ ପାଇଁ ଖୁସି ଖବର ମିଳିପାରେ । ଆଜ୍ଞା ହଁ ଆପଣଙ୍କ କେବୁଲ ଏବଂ ଡିଟିଏଚ୍ ବିଲ୍ କମ ହୋଇପାରେ । ଏଥିପାଇଁ ଭାରତୀୟ ଦୂରସଂଚାର ନିୟାମକ ଆୟୋଗ (ଟ୍ରାଇ) ପକ୍ଷରୁ ବ୍ରୋଡକାଷ୍ଟିଂ ଏବଂ କେବୁଲ ସେବାର କାର୍ଡ ଉପରେ ଟାରିଫ୍ ଅର୍ଡରର ସମୀକ୍ଷା ଲାଗି ଲୋକଙ୍କ ମତ ଜାଣିବା ପାଇଁ ପରାମର୍ଶ ପତ୍ର ଜାରି କରାଯାଇଛି ।
ଟେଲିଭିଜନ ଟେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ ମାନେ ଟ୍ରାଇ ର ପ୍ରସାରଣ ଏବଂ କେବୁଲ ସେବାର ଟାରିଫ ସମ୍ବୋଧିତ ସମସ୍ୟା ଉପରେ ପରାମର୍ଶ ପତ୍ର ଜାରି କରାଯାଇଛି ।
ଖବରମୁତାବକ, ଗ୍ରାହକଙ୍କୁ ଅତିରିକ୍ତ ଚ୍ୟାନେଲ ବୋଝରୁ ମୁକ୍ତି କରିବା ପାଇଁ ଟ୍ରାଇ ପକ୍ଷରୁ ମାର୍ଚ୍ଚ ୨୦୧୭ ରେ ପରାମର୍ଶ ପତ୍ର ଜାରି କରାଯାଇଥିଲା, ଯାହା ଡିସେମ୍ବର ୨୯, ୨୦୧୮ ପର୍ଯ୍ୟନ୍ତ ଲାଗୁ ହେଲା । ଏନେଇ ଏବେ ଜାଣିବାକୁ ମିଳିଛି କି ନୂତନ ନିୟମ ପରେ ଚ୍ୟାନେଲ ଦର ଉପରେ ପାରଦର୍ଶିତା ଆସିଛି, ଷ୍ଟେକହୋଲ୍ଡର ମଧ୍ୟରେ ଥିବା ବିବାଦ କମ ହୋଇଛି । କିନ୍ତୁ ଏହାପରେ ବି ଗ୍ରାହକଙ୍କୁ ଟିଭି ଚ୍ୟାନେଲ ବାଛିବାରେ ପର୍ଯ୍ୟାପ୍ତ ସ୍ୱାଧୀନ ମିଳିନାହିଁ ।