ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଭୁଟାନରେ ପହଁଚିଛନ୍ତି । ସେଠାରେ ତାଙ୍କୁ ଗାର୍ଡ ଅଫ୍ ହନର ଦିଆଯାଇଛି । ଅଗଷ୍ଟ ୧୭ ଏବଂ ୧୮ ଦୁଇ ଦିନିଆ ଏହି ଯାତ୍ରାରେ ଦୁଇ ଦେଶର ଦ୍ୱିପାକ୍ଷୀୟ ସମ୍ବନ୍ଧ ସହିତ ଆପୋଷ ହିତ ସହ ଜଡିତ ବିଭିନ୍ନ ବିଷୟକୁ ନେଇ ବ୍ୟାପକ ଚର୍ଚ୍ଚା କରାଯିବ ।
ଭୁଟାନ ଗସ୍ତ ପୂର୍ବରୁ ଅଗଷ୍ଟ ୧୫ରେ ଭୁଟାନ ପକ୍ଷରୁ ମୋଦିଙ୍କୁ ସମ୍ବୋଧିତ କରି କୁହାଯାଇଥିଲା କି , ସେ ଏଭଳି ଜଣେ ବ୍ୟକ୍ତି ଯିଏ ଭାରତକୁ ଆଗକୁ ନେବାକୁ ଚାହୁଁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଦିନ କହିଥିଲେ କି ତାଙ୍କର ଭୁଟାନର ଦୁଇ ଦିବସୀୟ ଯାତ୍ରା ଦୁଇ ଦେଶ ମଧ୍ୟରେ ମିତ୍ରତାକୁ ବଢାଇବା ଏବଂ ଏକ ସମୃଦ୍ଧ ଭବିଷ୍ୟତ ପାଇଁ ମଜବୁତ କରିବ । ୧୭ ଏବଂ ୧୮ ଅଗଷ୍ଟକୁ ମୁଁ ଏକ ଦ୍ୱିପାକ୍ଷୀୟ ଯାତ୍ରା ପାଇଁ ଭୁଟାନରେ ରହିବି, ଯାହା ଆମର ବିଶ୍ୱସ୍ତ ମିତ୍ର ଏବଂ ପଡୋଶୀ ସହିତ ମଜବୁତ ସମ୍ବୋନ୍ଧ ସହ ଜଡିତ ଉଚ୍ଚ ମହତ୍ୱକୁ ଦର୍ଶାଇଥାଏ । ମୁଁ ଏହି ଯାତ୍ରା ଦ୍ୱାରା ଅନେକ କାର୍ଯ୍ୟକ୍ରମରେ ଭାଗ ନେବି ।
ଯାତ୍ରାକୁ ନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ସେଠାକୁ ଯାଉଛନ୍ତି । ସେଠାରେ ସେ ରାଜା ଜିଗ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍ ଏବଂ ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଗୟେ ୱାଙ୍ଗଚୁକଙ୍କ ସହ ସାକ୍ଷାତ କରିବେ । ଏହାସହିତ ଭୁଟାନର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ ।