ନିଶ୍ଚିନ୍ତକୋଇଲି (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ଖୁଦୁରୁକୁଣୀ ଓଷା । ଓଷା କରିଥିବା ତିନି ଯୁବତୀ ସକାଳୁ ସକାଳୁ ଖୁସି ମନରେ ଫୁଲ ତୋଳିିବା ପାଇଁ ବାହାରିଲେ । ମାତ୍ର ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଖୁସି ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । ଫୁଲ ତୋଳିବାକୁ ଯାଇ ନଦୀରେ ବୁଡି ଯାଇଥିଲା ଦୁଇ ଯୁବତୀ । ସବୁଠାରୁ ଦୁଃଖଦ ଘଟଣା ହେଉଛି ବୁଡି ଯାଇଥିବା ଦୁଇ ଯୁବତୀ ହେଉଛନ୍ତି ଦୁଇ ଭଉଣୀ । ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା କିଶନନଗର ଥାନା ସଫିପୁର ଗ୍ରାମରେ ଘଟିଛି । ମୃତକଦ୍ୱୟ ହେଲେ ସୁଜାତା ଦାସ ଏବଂ ସୁମନ ଦାସ ।
ଖୁଦୁରୁକୁଣୀ ଓଷା ତଥା ତଅପୋଇଙ୍କୁ ପୂଜା କରିବା ଲାଗି ସଫିପୁର ଗାଁର ଗୋଟିଏ ପରିବାର ବଡବାପା ଏବଂ ଦାଦାଝିଅ ତିନି ଭଉଣୀ ସକାଳୁ ସକାଳୁ ଫୁଲ ତୋଳିବାକୁ ବାହାରି ଥିଲେ । ଫୁଲ ତୋଲି ସାରିବା ପରେ ତିନି ଭଉଣୀ ନଦୀକୁ ଯାଇଥିଲେ । ନଦୀରେ ତିନି ଜଣଙ୍କ ଗୋଡ ଖସି ଯାଇଥିଲା, ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ଅନ୍ୟ ଜଣେ ଉଉଣୀ । ସେପଟେ ଦୁଇ ଭଉଣୀ ନଦୀରେ ବୁଡି ଯାଉଥିବାର ଦେଖି ଗାଁ ଲୋକେ ଦୁଇ ଭଉଣୀଙ୍କୁ ନଦୀରୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତା ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।