ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପାଣିପାଗ ବିଭାଗର ସୂଚନା ଅନୁଯାଇ ଏକ ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଏବଂ ବାଙ୍ଗାଲାଦେଶ ଅଞ୍ଚଳରେ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟଟି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇ ପାରିବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ରାତିରୁ ରାଜ୍ୟର କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ରହିଛି । ପଶ୍ଚିମବଙ୍ଗ ନିକଟବର୍ତ୍ତି ହୋଇଥିବାରୁ ରାଜ୍ୟରେ ବର୍ଷା ଲାଗି ରହି ପାରେ ବୋଲି ସୂଚନା ମିଳିଛି ।
ରିପୋର୍ଟ ଅନୁଯାଇ କେନ୍ଦୁଝର,ମୟୁରଭଞ୍ଜ,ଭଦ୍ରକ,ବାଲେଶ୍ୱର ଆଦି ସ୍ଥାନରେ ଶନିବାର ରାତିରୁ ବର୍ଷା ହୋଉଥିବା ବେଳେ ଯାଜପୁର, ଢେଙ୍କାନାଳ, କଟକ, ସୁନ୍ଦରଗଡ, ନୟାଗଡ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ଅନୁଗୁଳ,ଗଜପତି,ରାୟଗଡା ଆଦି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ରହିଛି ।ଏହା ପରଠୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଆଉ ବର୍ଷା ସମ୍ଭାବନା ନାହିଁ ବେଲି ପଣିପାଗ ବିଭାଗ ସୂଚନା ଦେଇଛନ୍ତି । ସମୁଦ୍ର ଅସାନ୍ତ ଥିବାରୁ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି ।