ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ପୁଣି ପାକିସ୍ତାନ କଲା ଅସ୍ତ୍ରବିରତି ଉଲ୍ଲଘଂନ । ସୀମାରେ ସହିଦ ହେଲେ ଭାରତୀୟ ଯବାନ । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଭାରତ ପକ୍ଷରୁ ଯେତେ ଚେଷ୍ଟା କରାଗଲେ ମଧ୍ୟ ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରୁନାହିଁ । ବାରମ୍ବାର ସୀମାରେ ଗୁଳି ବର୍ଷଣ କରୁଛି । ଆଜି ସକାଳ ୧୧ଟାରେ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଗୁଳିମାଡ଼ କରିଥିଲା।
ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ୧୧ ଟା ବେଳେ ହଠାତ ପାକିସ୍ତାନ ସେନା ଆରମ୍ଭ କରିଦେଇଥିଲା ଭାରତ ଉପରକୁ ଅତର୍କିତ ଗୁଳିବର୍ଷା । ଯାହାର ପ୍ରତି ଜବାବ ରଖିଥିଲେ ଭାରତୀୟ ସେନା । ତେବେ ଏଥିରେ ଜଣେ ଭାରତୀୟ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଭାରତ ଗତ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ । ଯେଉଁଥିରେ ପ୍ରତିଶୋଧ ପରାୟଣ ହୋଇ ଭାରତ ସହିତ ସମସ୍ତ ରାଜନୈତିକ , ବାଣିଜ୍ୟକ ଓ କୂଟନୈତିକ ସମ୍ପର୍କ ଛିନ୍ନ କରିଥିଲା । ଏମିତି କି ଭାରତ ବିରୋଧରେ ଏହି ପ୍ରସଙ୍ଗକୁ ଜାତିସଂଘରେ ମଧ୍ୟ ଉଠାଇଥିଲା ପାକିସ୍ତାନ । ସେଠାରେ ମଧ୍ୟ ଭାରତକୁ ବହୁମତ ମିଳିଥିଲା । ପାକିସ୍ତାନ ସବୁପଟୁ ନିରାଶ ହେବା ପରେ ଏଭଳି ପ୍ରତିକ୍ରିୟାଶୀଳ ହୋଇ ପଡିଥିବା ଜଣାପଡିଛି ।