ଜଗତସିଂହପୁର ( ଏଟିଆର ବ୍ୟୁରୋ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଆଁ । ପ୍ରସୂତି ବିଭାଗରେ ସର୍ଟସର୍କିଟ । ସାରା ରାତି ବାହାରେ ରହିଲେ ରୋଗୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସୂଚନା ଅନୁସାରେ ଗତକାଲି ବିଳମ୍ଭିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ସର୍ଟ ସର୍କିଟ ହୋଇଥିଲା । ଏକ ଇଲେକ୍ଟ୍ରି ବୋର୍ଡରୁ ହଠାତ ନିଆଁ ବାହାରିଥିଲା, ଯାହା ଫଳରେ ପୁରା ୱାର୍ଡ ଭିତରେ ଧୂଆଁ ହୋଇ ଯାଇଥିଲା ।
ଡାକ୍ତରଖାନା କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହାୟତାରେ ରୋଗୀ ମାନଙ୍କୁ ଉକ୍ତ ୱାର୍ଡରୁ ବାହାରକୁ ଅଣା ଯାଇଥିଲା । ବିଶେଷ କରି ନବଜାତକ ଶିଶୁ ମାନଙ୍କୁ ବାହାରକୁ ଆଣିବା ପାଇଁ ଅସୁବିଧା ଉପୁଜିଥିଲା । ତେବେ ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇ ନାହିଁ । ତେବେ ଗତକାଲି ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିବାରୁ ସାରା ରାତି ରୋଗୀ ହଇରାଣ ହୋଇଥିଲେ ।
ଗତକାଲି ସାରାରାତି ରୋଗୀ ମାନେ ବାହାରେ ବସି ରହିଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଅଗ୍ନୀଶମ ବିଭାଗ କର୍ମଚାରୀ ପଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ମେଡକାଲ ପକ୍ଷରୁ ସୂଚନା ଦିଆଯାଇଛି ଏଥିରେ କାହାର କିଛି କ୍ଷତି ହୋଇନାହିଁ । ନବଜାତକ ଶିଶୁ ଓ ସିଜେରିଆନଙ୍କର ବିଭାଗୀୟ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ତେବେ ଏହି ସର୍ଟ ସର୍କିଟ କେଉଁ କାରଣରୁ ହୋଇଥିଲା ତାହା ଏଯାବତ ଜଣା ପଡିନାହିଁ । ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଛି । \n