ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା କାଳିଆ ଛାତ୍ର ବୃତ୍ତିରେ ୭,୨୫୭ ଜଣ ପିଲାଙ୍କୁ ଏହି ବୃତ୍ତି ପାଇଁ ମଞ୍ଜୁରୀ ମିଳିଛି । ୧୯,୨୪୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ମାତ୍ର ସେମାନଙ୍କ ମଧ୍ୟରୁ ୭, ୨୫୭ ଜଣଙ୍କୁ ମନୋନୀତ କରାଯାଇଛି । ଏନେଇ ଗତକାଲି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ ନୋଡାଲ ଅଫିସର ୬୬୨ ଟି ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ।
କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହାୟତା ରାଶି ପାଇଁ ସରକାର ଘୋଷଣା କରିଥିଲେ । ତେବେ ପରେ ଚାଷୀଙ୍କ ପିଲାଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ସରକାର ଘୋଷଣା କରିଥିଲେ । ଏହି ଯୋଜନାରେ କଲେଜ ସ୍ତରରେ ପାଠ ପଢିବା ପାଇଁ ରାଜ୍ୟ ସରକାର ବୃତ୍ତି ପ୍ରଦାନ କରିବେ ବୋଲି ଘୋଷଣା କରାଯାଇଥିଲା । କାଳିଆ ଯୋଜନାର ହିତାଧିକାରୀଙ୍କ ପିଲାମାନଙ୍କୁ ଏହି ଯୋଜନାରେ ବୃତ୍ତି ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଥିଲା । ରାଜ୍ୟରେ ମୋଟ ୧୮୭ ଟି କଲେଜରୁ ୧୯,୨୪୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ସେଥି ମଧ୍ୟରୁ ୭,୨୫୭ ଜଣଙ୍କ ଆବେଦନ କାରୀଙ୍କୁ ମଞ୍ଜୁରି ମଳିଛି । ତେବେ ଏହି ବୃତ୍ତି କେବେ ଦିଆଯିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।