କୋଲକାତା (ଏଟିଆର ବ୍ୟୁରୋ): ଗୋଟେ ପଟେ ପବିତ୍ର ଜନ୍ମାଷ୍ଟମୀ ଲାଗି ସବୁ ସ୍ଥାନ ଚଳଚଞ୍ଚଳ ତଥା ଉତ୍ସବ ମୁଖର ଥିବା ବେଳେ ଅନ୍ୟପଟେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । କୋଲକାତାର କଚୁଆ ଅଞ୍ଚଳରେ ଜନ୍ମାଷ୍ଟମୀ ପାଳନ କରିବା ପାଇଁ ଏକ ମନ୍ଦିରରେ ଲୋକଙ୍କ ଭିଡ ଲାଗି ଥିଲା । ସେହି ସମୟରେ ଅଚାନକ୍ ମନ୍ଦିରର କାନ୍ଥ ଭୁଷୁଡି ଯିବା ଯୋଗୁଁ ଏଥିରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨୭ ଜଣ ଆହତ ହୋଇଛନ୍ତି ।
ସେପଟେ ଏହି ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ସହାୟତା ରାଶି ଘୋଷଣା କରିଛନ୍ତି । ସେହି ଅନୁସାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା , ଗୁରୁତର ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।
ଖବରମୁତାବକ, ଅଚାନକ୍ ମନ୍ଦିର କାନ୍ଥ ଭୁଷୁଡିବାରୁ ଲୋକେ ଯିଏ ଯାହାର ନିଜର ଜୀବନ ବଞ୍ଚାଇବା ବିକଳରେ ଧାଇଁ ଯାଇଥିଲେ । ମାତ୍ର ଏଥିରୁ ବଞ୍ଚି ଯାଇ ପାରିନଥିଲେ କିଛି ବ୍ୟକ୍ତି, ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛି । ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।