ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ୫ ଶହ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିତ୍ତିଭୂମି ବିକାଶ ଓ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ପାଇଁ ଏହି ଘୋଷଣା କରାଯାଇଥିବା ଜଣା ପଡିଛି । ସହରରେ ନୂଆ ରାସ୍ଥା, ସେତୁ ଓ ପାର୍କି ବ୍ୟବସ୍ଥାରେ ବ୍ୟୟ କରାଯିବ ।
ସୂଚନା ଅନୁସାରେ ମାଳତିପାଟପୁରରୁ ଜଗନ୍ନାଥ ମଠକୁ ସେତୁପାଇଁ ୧୯୦ କୋଟି । ଦୋକାନ ବଜାର ଓ ଭୂତଳ ପାର୍କି ପାଇଁ ୧୮୦ କୋଟି ଟଙ୍କା ଘୋଷଣା କରିଛନ୍ତି । ସେହିପରି ମୂଷା ନଦୀର ପୁନରୁଦ୍ଧାର କରାଯାଇ ମଙ୍ଗଳା ନଦୀରେ ସଂଯୋଗ କରାଯିବ ବୋଲି ନବୀନ କହିଛନ୍ତି ଜ୍ଝ ପୁରୀଠାରେ ୨୮ ଏକର ଜମିରେ ୩୫ କୋଟି ଟଙ୍କା ବ୍ୟୟରେ ଏକ ହ୍ରଦର ବିକାଶ କରାଯିବ ।
ତେବେ ଘୋଷଣା ହୋଇଥିବା ଏହି ସବୁ କାର୍ଯ୍ୟ ଆଗାମୀ ୨ ବର୍ଷ ଭିତରେ ସାରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଆସୁଥିବା ମଠଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ନିଷ୍ପତ୍ତି ହୋଇଛି। ଅବଢ଼ା ଯୋଜନାରେ ମଠ ପୁନରୁଦ୍ଧାର ପାଇଁ ସହଯୋଗ କରିବେ ରାଜ୍ୟ ସରକାର। ଲୋକସେବା ସଦନରେ ହୋଇଥିବା ଏହି ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଉପସ୍ଥିତ ଥିଲେ ।