ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଜାଣି ଶୁଣି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରୁଛନ୍ତି । ଯୁବ ନେତୃତ୍ୱ ଓ ଛାତ୍ର ନେତୃତ୍ୱକୁ ରୋକିବା ପାଇଁ ସରକାର ଅପଚେଷ୍ଟା କରୁଛନ୍ତି । ଭାରତୀୟ ସମ୍ବିଧାନରେ ଯୁବକ ମାନଙ୍କୁ ଭୋଟ ଦେବାର ଅଧିିକାର ରହିଛି ଯାହାକୁ ରାଜ୍ୟ ସରକାର କ୍ଷୁଷ୍ଣ କରୁଛନ୍ତି । ଏମିତି ଏକ ଅଭିଯୋଗ ଆଣିଛି ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଗତକାଲି ଉଚ୍ଚଶିକ୍ଷା ବିଭାଗ କଲେଜ ସ୍ତରରେ ହେଉଥିବା ନିର୍ବାଚନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଯାହାକୁ ନିନ୍ଦା କରିଛି ଭାରତୀୟ ଜନତା ଯୁବ ମୋର୍ଚ୍ଚା ।
ଏନେଇ ଏକ ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଏକଛତ୍ରବାଦୀ ମନୋବୃତ୍ତି ନେଇ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମହାବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନେ ଗଣତନ୍ତ୍ରର ପ୍ରଥମ ଅନୁଭୂତି ନିଅନ୍ତି । ଯାହାର କଣ୍ଠୋରୋଧ ଏବେ ରାଜ୍ୟ ସରକାର କରୁଛନ୍ତି ।
ଛାତ୍ରଛାତ୍ରୀ ମାନେ କଲେଜରେ ଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରନ୍ତି । ତେଣୁ ରାଜ୍ୟ ସରକାର ନିଜ ଅପାରଗ ପଣିଆକୁ ଲୁଚେଇବାକୁ ଯାଇ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି । ଯଦି ରାଜ୍ୟସରକାର ଏହି ନିଷ୍ପତ୍ତି ନ ବଦଳାନ୍ତି ତେବେ ଆଗମୀ ଦିନରେ ଛାତ୍ର ସମାଜ ରାଜ ରାସ୍ଥାକୁ ଓହ୍ଲାଇବ ବୋଲି ସେ ଚେତବନୀ ଦେଇଛନ୍ତି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା ଓ ସଂପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ