ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ଷ୍ଟାର ସଟଲର ପିଭି ସିନ୍ଧୁ ୱାଲ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନଶିପର ଫାଇନାଲ ରେ ପହଁଚି ଇତିହାସ ରଚିଛନ୍ତି । ସେମିଫାଇନାଲ ରେ ସେ ଚୀନ ର ଚେନ ୟୁ ଫେଡଙ୍କୁ ଏକତରଫା ଭାବେ ମାତ ଦେଇଥିଲେ । ୨୧-୭,୨୧-୧୪ ରେ ଏହି ମୁକାବିଲା ନିଜ ନାଁ ରେ କରି ସିନ୍ଧୁ କମାଲ କରିଛନ୍ତି ।
ପ୍ରଥମ ମ୍ୟାଚରୁ ଲିଡ ହାସଲ କରି ଚୀନ୍ କୁ ଚିନ୍ତାରେ ପକାଇ ଦେଇଥିଲେ ସିନ୍ଧୁ । ଚିନ୍ତାରେ ରହିବା ପରେ ଗୋଟେ ପରେ ଗୋଟେ ଭୁଲ୍ କରିଚାଲିଥିଲା ଚୀନ୍, ଯାହାର ଫାଇଦା ସିନ୍ଧୁଙ୍କୁ ହୋଇଥିଲା । ଏହାସହିତ ସେ ବ୍ରେକ ନେବା ଭିତରେ ୧୧-୩ ଲିଡ ହାସଲ କରି ନେଇଥିଲେ । ବେକ୍ର ପରେ ବି ଚୀନ ର ପ୍ରଦର୍ଶନ ନିରାଶ ଜନକ ଥିଲା । ଏହାପରେ ପ୍ରଥମ ମ୍ୟାଚକୁ ସିନ୍ଧୁ ନିଜ ନାଁ ରେ କରିଥିଲେ ।
ସେହିପରି ଦ୍ୱିତୀୟ ମ୍ୟାଚର ଆରମ୍ଭରେ ଦୁଇ ଖେଳାଳୀ ନେଟ୍ ପାଖରେ ରହି ଖେଳିବାକୁ ଚେଷ୍ଟା କରିଥିଲେ । ଏହି ମ୍ୟାଚରେ ସିନ୍ଧୁ ବ୍ରେକ ମଧ୍ୟରେ ୧୧-୭ ଲିଡ ହାସଲ କରିଥିଲେ । ହୁଏତ ଚେନ୍ ୟୁ ଫେଡ ପୁନର୍ବାର ଜୋଶରେ ଫେରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସେ ସଫଳତା ହାସଲ କରି ପାରିନଥିଲେ ।