ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ପୂରା ଆକ୍ସନ ମୁଡ୍ ରେ ମୋଦି ସରକାର । ଖାସ୍ କରି ଦେଶକୁ ଭ୍ରଷ୍ଟାଚାରରୁ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ର ୨୨ ଜଣ ଅଧିକାରୀଙ୍କୁ ଅନିବାର୍ଯ୍ୟ ରୂପେ ସେବାରୁ ନିବୃତ କରାଯାଇଛି । ଯେଉଁ ଅଧିକାରୀଙ୍କୁ ସେବାନିବୃତ କରାଯାଇଛି, ସେମାନେ ସମସ୍ତେ ଅଧିକ୍ଷକ ଏବଂ ଏଓ ର୍ୟାଙ୍କର । ଜନହିତ ନିୟମ ୫୬ ଜେ ଅନୁଯାୟୀ ସେମାନଙ୍କୁ ସେବାରୁ ନିବୃତ କରାଯାଇଛି । ସମସ୍ତଙ୍କ ନାଁ ରେ ଭ୍ରଷ୍ଟାଚାର ଏବଂ ଅନିୟମିତତା ଭଳି ସଙ୍ଗୀନ ଅଭିଯୋଗ ଲାଗିଥିଲା । ଯେଉଁଥି ପାଇଁ ସରକାର ଆଜି ଏଭଳି ନିଷ୍ପତି ନେଇଛନ୍ତି ।
ଏହି ଅଧିକାରୀଙ୍କୁ ସେବାନିବୃତ କରିବାର ନିଷ୍ପତି ସେହି ସମୟରେ ନିଆଯାଇଥିଲା, ଯେତେବଳେ ଅଗଷ୍ଟ ୧୫ ଅବସରରେ ଲାଲକିଲା ଠାରେ ଭାଷଣରେ ମୋଦି ସରକାର କହିଥିଲେ କି , କର ପ୍ରଶାସନରେ ଉପସ୍ଥିତ ଥିବା କିଛି କର୍ମଚାରୀ ସାଧାରଣ ପ୍ରକିୟା ଉଲଘଂନ ପାଇଁ ଅତ୍ୟଧିକ କାର୍ଯ୍ୟକାରୀ କରି ନିଜ ଶକ୍ତିର ଦୁରୁପଯୋଗ କରି କରଦାତାଙ୍କୁ ହଇରାଣ କରୁଛନ୍ତି । ସେ ଆହୁରୀ ମଧ୍ୟ କହିଥିଲେ କି ନିକଟରେ ସରକାରଙ୍କ ପକ୍ଷରୁ କିଛି ଅଧିକାରୀଙ୍କୁ ଅନିବାର୍ଯ୍ୟ ରୂପେ ସେବାନିବୃତ କରାଯାଇଥିଲା ଏବଂ ଏଭଳି ବ୍ୟବହାରକୁ ବରଦାସ୍ତ କରିହେବ ନାହିଁ ।
ଏହାପୂର୍ବରୁ ଜୁନ୍ ମାସରେ ୨୭ ବରିଷ୍ଠ ଭାରତୀୟ ରାଜସ୍ୱ ସେବା ଅଧିକାରୀଙ୍କୁ ଅନିବାର୍ଯ୍ୟ ରୂପେ ସେବାରୁ ନିବୃତ କରାଯାଇଥିଲା । ଯେଉଁଥିରେ କେନ୍ଦ୍ରୀୟ ପ୍ରତ୍ୟେକ୍ଷ ବୋର୍ଡର ୧୨ ଜଣ ଅଧିକାରୀ ସାମିଲ ଥିଲେ ।