ନିଶ୍ଚିନ୍ତକୋଇଲି ( ଏଟିଆର ବ୍ୟୁରୋ): ସବୁବେଳେ ବିଦାବ ଭିତରେ ରହି ଆସୁଥିବା ହାସ୍ୟ ଅଭିନେତା ପପୁ ପମପମ ଏବେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି । ଗତକାଲି ତାଙ୍କର ଏକ ଭିଡିଓକୁ ନେଇ ସେ ଏବେ ବିବାଦରେ । ରେଳ ଷ୍ଟେସନରେ ଗୀତ ଗାଇ ଶୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଲଙ୍କୁ ମିମିକ୍ରି କରି ବିବାଦକୁ ଆସିଛନ୍ତି ପପୁ । ଗତକାଲି ପପୁଙ୍କ ଏହି ମିମିକ୍ରି ଭିଡିଓକୁ ନେଇ ପୁରା ଶୋସାଲ ମିଡିଆ ଉଠାପକା ହୋଇଥିଲା । ଏଥିଲାଗି ପପୁ ମଧ୍ୟ ଏକ ଭିଡିଓ ପୋଷ୍ଟ କରି କ୍ଷମା ପ୍ରାର୍ଥନା କରିଥିଲେ ।
ତେବେ ଏହି ଘଟଣାରେ ନିଶ୍ଚିନ୍ତ କୋଇଲି ନାଗରିକ ମଞ୍ଚ ପକ୍ଷରୁ ପପୁଙ୍କ ନାମରେ ନିଶ୍ଚିନ୍ତ କୋଇଲି ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଗତ ସପ୍ତାହରେ ପପୁଙ୍କର ଆଗକୁ ଆସୁଥିବା ଏକ ସିନେମାର ପୋଷ୍ଟରକୁ ନେଇ ପପୁ ବିବାଦକୁ ଆସିଥିଲେ । ଯେଉଁ ପୋଷ୍ଟରକୁ ନେଇ ଶୋସିଆଲ ମିଡିଆରେ ନିନ୍ଦା କରାଯାଇଥିଲା । ଆଥଲେଟ ଦୂତି ଚାନ୍ଦ ମଧ୍ୟ ଏହି ପୋଷ୍ଟରକୁ ଶୋସାଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ନିନ୍ଦା କରିଥିଲେ ।
ଯାହାକୁ ନେଇ ବିବାଦ ଆହୁରି ଘନେଇଥିଲା । ଏମିତି କି ପୋଷ୍ଟରକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରଯୋଜନା ସସ୍ଥାକୁ ମଧ୍ୟ କାରଣ ଦର୍ଶାଅ ନୋଟିସ କରାଯାଇଥିଲା । ସେ ଯାହା ବି ହେଉ ପପୁଙ୍କର ଏବେ ବାରମ୍ବାର ଭୁଲ କରିବା ଓ କ୍ଷମା କରିବାକୁ ସାଧାରଣ ଲୋକ ଏବେ ସହଜରେ ହଜମ କରି ପାରୁ ନାହାନ୍ତି । ଯେଉଁଥି ପାଇଁ ପୁପୁଙ୍କୁ ଶୋସାଲ ମିଡିଆରେ ଟ୍ରୋଲ ହେବାକୁ ପଡୁୂଛି । ଏବେ ଦେଖିବାକୁ ବାକି ରହିଲା ପପୁଙ୍କ ନାମରେ ହୋଇଥିବା ମାମଲା ଆଗକୁ ପୁଣି କେଉଁ ମୋଡ ନେଉଛି ।