ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଏଟିଏମ ବ୍ୟବହାର କରୁଛନ୍ତି । ମାତ୍ର ଏଟିଏମ ବ୍ୟବହାର ସହିତ ଫ୍ରଡ ବି ଅଧିକ ମାତ୍ରାରେ ବଢି ଚାଲିଛି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏବେ ପିନ୍ ବ୍ୟତିତ ୱାନ ଟାଇମ ପାସୱାର୍ଡ (ଓଟିପି) ସୁବିଧାର ଶୁଭାରମ୍ଭ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ସୁବିଧା କେଉଁ ବ୍ୟାଙ୍କରେ ଲାଗୁ ହୋଇଛି ।
ଯଦି ଆପଣ ଗୋଟେ ଦିନରେ ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଉଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ପିନ୍ ବ୍ୟତିିତ ଓଟିପି ନଂ ବି ଦେବାକୁ ପଡିବ । ଏହି ସୁବିଧା କାନାରା ବ୍ୟାଙ୍କରେ ଆରମ୍ଭ କରାଯାଇଛି । ଏହାସହିତ ଖୁବ୍ ଶୀଘ୍ର ଅନ୍ୟ ବ୍ୟାଙ୍କ ଗୁଡିକ ମଧ୍ୟ କାନାରା ବ୍ୟାଙ୍କର ଏହି ନିଷ୍ପତିକୁ ଆପଣାଇବେ ଏବଂ ଏଟିଏମରୁ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ବାହାର କରିବା ଉପରେ ଓଟିପି କୁ ଅନିବାର୍ଯ୍ୟ କରିବେ ।
ଏନେଇ ଏସବିଆଇ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଆରବିଆଇ ର ନିର୍ଦ୍ଦେଶ ସବୁ ବ୍ୟାଙ୍କ ଗୁଡିକୁ ପାଳନ କରିବାକୁ ହେବ । ସେପଟେ ଆରବିଆ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି କି ଏଟିଏମ ଫ୍ରଡକୁ ରୋକିବାକୁ ହେବ ।
ଏହାପୂର୍ବରୁ ଏଟିଏମ ଫ୍ରଡକୁ ରୋକିବା ପାଇଁ ଦିଲ୍ଲୀ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି ପକ୍ଷରୁ କିଛି ପରାମର୍ଶ ଦିଆଯାଇଥିଲା । ଦୁଇ ଥର ଏଟିଏମ ଟ୍ରାଂଜାକ୍ସନ ମଧ୍ୟରେ ୬ ରୁ ୧୨ ଘଣ୍ଟା ସମୟ ରଖିବା ପାଇଁ କମିଟି ପକ୍ଷରୁ କୁହାଯାଇଥିଲା । ଏହାବ୍ୟତିତ ଏଟିଏମ ପାଇଁ ସେଣ୍ଟ୍ରାଲାଇଜ୍ ମନିଟାରିଂ ସିଷ୍ଟମ ଲାଗି ମଧ୍ୟ କୁହାଯାଇଥିଲା । ଏହି ସିଷ୍ଟମ ଓବିସି ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ପିଏନବି,ଆଇଡିବିଆଇ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କରେ ପ୍ରଥମରୁ ଲାଗୁ ହୋଇଛି ।
ଦିନକୁ ଦିନ ବଢୁଥିବା ଏଟିଏମ ଫ୍ରଡ କଥା କହିବାକୁ ଗଲେ, ୨୦୧୮ ରୁ ୨୦୧୯ ମଧ୍ୟରେ ଦିଲ୍ଲୀ ରେ ୧୭୯ ଏଟିଏମ ଫ୍ରଡ କେସରେ ସାମିଲ ଅଛି । ସେହିପରିି ଦିଲ୍ଲୀ ଏବଂ ମହାରାଷ୍ଟ୍ର ରୁ ପାଖାପାଖି ୨୩୩ ଏଟିଏମ ଫ୍ରଡ କେସ ସାମ୍ନାକୁ ଆସିଛି । ଇତି ମଧ୍ୟରେ ଦେଶରେ ୯୮୦ ଏଟିଏମ ଫ୍ରଡ କେସ ସାମ୍ନାକୁ । ମାତ୍ର ପୂର୍ବ ବର୍ଷ ଏହି ମାମଲା ସଂଖ୍ୟା ୯୧୧ ଥିଲା ।