ସମ୍ବଲପୁର ( ଏଟିଆର ବ୍ୟୁରୋ) ହୀରାକୁଦ ଜଳ ଭଣ୍ଡାରର ଆଜି ୩ ଟି ଗେଟକୁ ଖୋଲା ଯାଇଛି । ଉପର ମୁଣ୍ଡରେ ବର୍ଷାର ପରିମାଣକୁ ଆଖି ଆଗରେ ରଖି ଗତକାଲି ହୀରାକୁଦ ଜଳ ଭଣ୍ଡାରର ଅତିରିକ୍ତ ୪ ଟି ଗେଟ ଖୋଲା ଯାଇଥିଲା । ମାତ୍ର ଆଜି ଜଳସ୍ତର ହ୍ରାସ ପାଇବାରୁ ୩ ଟି ଗେଟକୁ ବନ୍ଦ କରି ଦିଆଯାଇଛି । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରରୁ ୪ ଟି ଗେଟ ଦେଇ ନିଷ୍କାସିତ ହେଉଛି ୧ ଲକ୍ଷ ୩୩ ହଜାର ୬୪୭ କ୍ୟୁସେକ୍ ଜଳ । ସେହିଭଳି ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୫୦୯ କ୍ୟୁସେକ୍ ଜଳ ।
ଅନ୍ୟପଟେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ଆଜି ଲଘୁଚାପର ରୂପ ନେଇଛି । ଯାହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ଭର ୧ ତାରିଖ ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ଆଶଙ୍କା କରାଯାଉଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, କଟକ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶରେ ବର୍ଷା ଲାଗି ରହିବ ବୋଲି ସୂଚନା ମଳିଛି ।
ଏହି ଲଘୁଚାପକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ଓ ୩୧ ତାରିଖ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତେବେ ହେବାକୁ ଥିବା ଏହି ଲଘୁଚାପରେ ବର୍ଷାର ପରିମାଣ ବଢିବା ପରେ ପୁଣି ହୀରାକୁଦ ଜଳ ଭଣ୍ଡାରରେ ଜଳର ପରିମାଣ ବଢିବା ଆଶଙ୍କା କରାଯାଉଛି ।