କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ଲୁଟ କରିବାକୁ ଆସି ପରିବାରକୁ ହାଣିଲେ । ଏମିତି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ବାଙ୍କେଶ୍ୱର ଗ୍ରାମରେ । ଦୁର୍ବୃତ୍ତ ମାନେ ଗୋଟିଏ ପରିବାର ଠାରୁ ଲୁଟ କରିବା ପାଇଁ ପରିବାରର ୪ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ ଗତକାଲି ରାତିରେ କିଛି ଦୁବୃତ୍ତ ହାଡି ବନ୍ଧୁ ସାହୁଙ୍କ ଘରକୁ ଲୁଟ କରିବା ପାଇଁ ପସିଥିଲେ ।
ଦୁବୃତ୍ତ ମାନେ ହାଡି ବନ୍ଧୁଙ୍କ ଗ୍ରୀଲ ତାଡି ଘର ଭିତରକୁ ପ୍ରବଶେ କରିଥିଲେ । ତେବେ ପରିବାର ଲୋକଙ୍କ ନିଦ ଭାଙ୍ଗି ଯିବାରୁ ସେମାନେ ବିରୋଧ କରିଥିଲେ ଯାହାର ପ୍ରତିବାଦରେ ଦୁବୃତ୍ତ ମାନେ ସେମାନଙ୍କ ପରିବାର ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ପଡିଶା ଲୋକଙ୍କ ସହାୟତାରେ ହାଡି ବନ୍ଧୁ ସାହୁ ଓ ପୁଅ ବାସୁଦେବ ସାହୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।
ପରିବାରର ଅନ୍ୟ ଦୁଇ ଜଣ ମହିଳା ସଦସ୍ୟଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜିନା ଦେଖା ଦେଇଛି । ଗ୍ରାମବାସୀ ମାନେ କଟକ – ଚାନ୍ଦବାଲି ରାସ୍ତାରୋକ କରିଛନ୍ତି । ଶତାଧିକ ମହିଳା ଓ ଯୁବକ ରାସ୍ତା ଅବରୋଧ କରିଛନ୍ତି ।