ଭୁବନେଶ୍ୱର ( ଏଟିଆର ବ୍ୟୁରୋ):ଉତ୍ତରବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ଏବେ ଆଭ୍ୟନ୍ତରିଣ ଓଡିଶା ଆଡକୁ ବଢିଛି । ଯାହାର ପ୍ରଭାବରେ ଆଜି ଓଡିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନ। ଦେଇଛି । ସେହିଭଳି ଆଜି ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ଅଧିକ ବର୍ଷା ହେବା ଆଶଙ୍କା ରହିଛି ।
ଉପକୂଳବର୍ତ୍ତୀ ଜିଲ୍ଲା ଯଥା ନୟାଗଡ଼, ଖୋର୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବା ଅନୁମାନ କରାଯାଉଛି । ଅନ୍ୟପଟେ ସେପ୍ଟେମ୍ବର ୨ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ, ଯାହାର ପ୍ରଭାବ ସିଧାସଳଖ ଉପକୂଳ ଓ ଉତ୍ତର ଓଡ଼ିଶା ଉପରେ ପଡ଼ିବ। ୨ରୁ ୪ ତାରିଖ ଯାଏ ଓଡିଶାର ୫୦ ପ୍ରତିଶତ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି ।