ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ବିଶ୍ୱକପ ୨୦୧୯ ପାଇଁ ବଛାଯାଇଥିବା ଭାରତୀୟ ଟିମ୍ ର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଅଚାନକ୍ ସନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏବେ ପାଖାପାଖି ୫୮ ଦିନ ପେର ରାୟୁଡୁ ତାଙ୍କର ସନ୍ୟାସ ନେବା ନିଷ୍ପତିକୁ ଭାବୁକ ବୋଲି କହି ସେଥିରୁ ଓହରି ଯିବା ପାଇଁ ଘୋଷଣା କରିଛନ୍ତି ।
ଏନେଇ ହାଇଦ୍ରାବାଦର ଚିଫ୍ ସିଲେକ୍ଟର ନୋଏଲ ଦ୍ରାବିଡ କହିଛନ୍ତି କି, ଏହା ଆମ ପାଇଁ ଖୁସି ଖବର । କ୍ରିକେଟରେ ରାୟୁଡୁଙ୍କର ଆଉ ୫ ବର୍ଷ ବାକି ଅଛି । ଯୁବ ଖେଳାଳୀମାନଙ୍କୁ ସେ ବହୁତ କିଛି ଶିଖାଇ ପାରନ୍ତି । ତାଙ୍କ ବିନା ଆମକୁ ଗତ ବର୍ଷ ରଣଜୀ ଟ୍ରଫିରେ ବହୁତ ସଂଘର୍ଷ କରିବାକୁ ପଡିଥିଲା । ତାଙ୍କ କ୍ଲାସ ଏବଂ ଅନୁଭବରୁ ଆମ ଟିମ୍ କୁ ଫାଇଦା ହେବ ।
ଛଅ ମାସ ପୂର୍ବରୁ ଅବନ୍ତି ରାୟୁଡୁ ଭାରତୀୟ ଟିମ୍ ର ପ୍ରମୁଖ ଥିଲେ । କ୍ୟାପ୍ଟେନ, କୋଚ୍ ଏବଂ ମୁଖ୍ୟ ଚୟନାକର୍ତ୍ତା ଦ୍ୱାରା ଆଇସିସି ବିଶ୍ୱ କପ୍ ପାଇଁ ୪ ନମ୍ବରରେ ତାଙ୍କୁ ସବୁଠାରୁ ଭଲ ବ୍ୟାଟ୍ସମ୍ୟାନ କୁହାଯାଉଥିଲା । କିନ୍ତୁ ଯେତେବେଳେ ଟିମ୍ ଘୋଷଣା ହେଲା ସେତେବେଳେ ରାୟୁଡୁଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ଟିମ୍ ରେ ସାମିଲ କରାଗଲା । ଏହାପରେ ରାୟୁଡୁଙ୍କର ଏକ ବିବାଦୀୟ ଟ୍ୱିଟ୍ ପାଇଁ ଚର୍ଚ୍ଚା ଧୋର ଧରିଥିଲା । ଯେଉଁଥି ପାଇଁ ତାଙ୍କୁ ରିଜର୍ଭ ଖେଳାଳୀଙ୍କ ତାଲିକା ରେ ସାମିଲ କରାଯାଇଥିଲା ।