ପୁରୀ ( ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ୪ ପଟରୁ ୭୫ ମିଟର ମଧ୍ୟରୁ ହେଉଥିବା ଉଚ୍ଛେଦ ପ୍ରକ୍ରିୟା ୨ ଦିନ ବନ୍ଦ ରହିବ । ଆଜି ରବିବାର ଓ ଆସନ୍ତାକାଲି ଗଣେଷ ପୂଜା ପଡୁଥିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏନେଇ ଗତକାଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତକାଲି ପ୍ରଶାସନ ପକ୍ଷରୁ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା ।
ଅନ୍ୟପଟେ ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଗତକାଲି ଶଙ୍କରାଚାର୍ଯ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କୁ ଉଚ୍ଛେଦ ପ୍ରକ୍ରିୟା ବିଷୟରେ ପୂର୍ବରୁ ସୂଚନା ଦିଆଯାଇ ନଥିବାରୁ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଧ୍ୟାତ୍ମିକ କ୍ଷେତ୍ର ଉପରେ ଯେଉଁ ନିଷ୍ପତ୍ତି ନିଆଯିବ ତାହା କଣ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ନେବେ ବୋଲି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ । ଧର୍ମ ଶାସ୍ତ୍ର ଅନୁସାରେ ଶ୍ରୀମନ୍ଦିର ପରିଚାଳନା ହେଉ ।
ଶଙ୍କରାଚାର୍ଯ୍ୟ ମଠ ଜମିକୁ ଶ୍ରୀମନ୍ଦିର ଜମି କରାଯିବା ଅବୈଧ । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ବିନା ଶ୍ରୀମନ୍ଦିର ସଂସ୍କାର ନିଷ୍ପତ୍ତି ଉଚିତ୍ ହୋଇ ନାହିଁ । ଏକ ସାମ୍ବାଦିକ ସମ୍ମୀଳନୀରେ ପ୍ରଶାସନ ପକ୍ଷରୁ ବିଭିନ୍ନ ମଠ ଉଚ୍ଛେଦକୁ ସମାଲୋଚନା କରିଛନ୍ତି ଶଙ୍କରାଚାର୍ୟ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ।