ପାରାଦୀପ ( ଏଟିଆର ବ୍ୟୁରୋ): ପାରାଦୀପ ସମୁଦ୍ର କୂଳରୁ ମିଳିଲା ଅଚିହ୍ନା ମହିଳାଙ୍କ ଉଲଗ୍ନ ମୃତ ଦେହ । ଆଜି ସ୍ଥାନୀୟ ଲୋକେ ଶୌଚ ହେବା ପାଇଁ ଆସିବା ବେଳେ ଜଣେ ମହିଳାଙ୍କ ମୃତ ଦେହ ସମୁଦ୍ର କୂଳରେ ପଡିଥିବା ସେମାନେ ଦେଖିଥିଲେ । ଏନେଇ ଥାନାକୁ ସୂଚନା ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ଦେଖା ଦେଇଛି ।
ସବୁଠାରୁ ବଡ କଥା ହେଉଛି ଗତକାଲି ଜଣେ ପୁରୁଷ ମୃତ ଦେହ ଷଣ୍ଢକୁଦ ଅଞ୍ଚଳରେ ପଡିଥିବାର ନଜର ଆସିଥିଲା । ୨୪ ଘଣ୍ଟା ନ ପୁରୁଣୁ ପୁଣି ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାରକୁୂ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ପୁର୍ବରୁ ମିଳିଥିବା ପୁରୁଷଙ୍କ ମୃତ ଦେହ ସହିତ ଆଜି ମିଳିଥିବା ମହିଳା ମୃତ ଦେହ ସହିତ କୌଣସି ସଂମ୍ପର୍କ ରହିିଛି କି ନାଁ ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି ।
ମିଳିଥିବା ମହିଳାଙ୍କ ମୃତ ଦେହରେ ଚୂଡି କିମ୍ବା ସିନ୍ଦୂର ନଥିବା ଦେଖିବାକୁ ମିଳିଛି । ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସୂଚନାଯୋଗ୍ୟ ଗତ କିଛି ମାସ ତଳେ ପାରାଦୀପରେ ଦୁଇଜଣ ମାନସୀକ ରୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।