ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସେପ୍ଟମ୍ବର ୧ ରୁ ପୂରା ଦେଶରେ ଲାଗୁ ହୋଇଯାଇଛି ନୂତନ ମୋଟର ଯାନ ଆକ୍ଟ । ଏହି ନିମୟକୁ ଉଲ୍ଲଘଂନ କଲେ ୧୦ ଗୁଣା ଜରିମାନା ଦେବାର ପ୍ରାବଧାନ ରହିଛି । ସରକାରଙ୍କ ମତରେ ଏହି ନିୟମ ଲାଗୁ ହେବା ଦ୍ୱାରା ଲୋକେ ସଚେତନ ହେବେ ଏବଂ ନିୟମ ପାଳନ କରିବେ । ମାତ୍ର ଏହି ନିୟମକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି । ନିୟମ ଲାଗୁ ହେବାର ଗୋଟେ ଦିନ ବିତି ଗଲା ପରେ ମଧ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ଏହି ନିୟମ ଲାଗୁ ହୋଇ ନାହିଁ ।
ଏନେଇ ଗୁଜୁରାଟ ସରକାରଙ୍କ ପକ୍ଷରୁ କୁହାଯାଇଛି କି ଆରଟିଓ ସହ ଆଲୋଚନା କରି ନିଷ୍ପତି ନିଆଯିବ । ସେହିପରି ଏନେଇ ରାଜସ୍ଥାନ ସରାକର ପକ୍ଷରୁ ସୋମବାର ସମୀକ୍ଷା କରିବା ପାଇଁ କୁହାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁଁ କେଉଁ ରାଜ୍ୟ ଏହି ନିୟମ ଲାଗୁ କରାଯାଇ ନାହିଁ ।
ଅପରପକ୍ଷେ ରବିବାର କମଳନାଥ ସରକାରର ମନ୍ତ୍ରୀ ପିସି ଶର୍ମା କହିଛନ୍ତି କି ,ରାଜ୍ୟରେ ଏହି ନିୟମ ସେପ୍ଟମ୍ବର ୧ ରେ ଲାଗୁ ହେବ ନୋହିଁ । ଯାତାୟତ ନିୟମ ଉପରେ କେନ୍ଦ୍ରସରକାର ଅଧିକ ମାତ୍ରାରେ ଜରିମାନା ଲଗାଇଛନ୍ତି ଏବଂ ଏନେଇ ସରକାର ଆଲୋଚନା କରିବା ପରେ ଯାଇ ଏହି ନିୟମ ଲାଗୁ କରାଯିବ । ଏହି କାରଣ ଯୋଗୁଁ ସମ୍ବନ୍ଧିତ ବିଭାଗର ପ୍ରମୁଖ ସଚିବଙ୍କୁ କୁହାଯାଇଛି କି ନୂତନ ନିୟମର ଅଧ୍ୟୟନ କରନ୍ତୁ ଏବଂ କେନ୍ଦ୍ର ସରକାର ଦ୍ୱାରା ଜରିମାନା ରାଶିକୁ କମ କରିବା ପାଇଁ ପଦକ୍ଷେପ ନିଅନ୍ତୁ ।
ସେହିପରି ପଞ୍ଜାବ କ୍ୟାପ୍ଟେଟନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଥିବା କଂଗ୍ରେସ ସରକାର ତାଙ୍କ ରାଜ୍ୟରେ ନୂତନ ନିୟମ ଲାଗୁ କରି ନାହାନ୍ତି । ଏହାସହିତ ଟ୍ରାଫିକ୍ ପୋଲିସ ପାଖରେ କୌଣସି ନୋଟିଫିକେସନ ପହଁଚି ନାହିଁ । ଏନେଇ ଟ୍ରାଫିକ ଇନଚାର୍ଯ କହିଛନ୍ତି କି ଟ୍ରାଫିକ୍ ନିୟମରେ ଜରିମାନା ବଢାଯିବାର ଖବର ମିଳିଛି କିନ୍ତୁ ଏହାକୁ ନେଇ ଚାଲାଣ ବହିରେ କୌଣସି ନୋଟିଫିକେସନ ଆସିନାହିଁ ।
ଗୁଜୁରାଟରେ ବିଜେପି ସରକାର । ଏହାପରେ ବି ରାଜ୍ୟରେ ନୂତନ ନିୟମ ଲାଗୁ ହୋଇ ନାହିଁ । ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କହିଛନ୍ତି କି ଆରଟିଓଙ୍କ ସହ ଆଲୋଚନା କରିବା ପରେ ଏହି ନିୟମ ଲାଗୁ କରାଯିବ । ପରିବହନ ବିଭାଗ ତରଫରୁ ଏହାକୁ ନେଇ ଏପର୍ଯ୍ୟନ୍ତ ନୋଟିଫିକେସନ ଜାରି କରାଯାଇ ନାହିଁ । ଏହାସହିତ ଅଧିକ ଜରିମାନା ଏବଂ ଦଣ୍ଡର ପ୍ରାବଧାନ ଉପରେ ନିଷ୍ପତି ନିଆଯିବା ବାକି ରହିଛି । ଗୋଟେ ସପ୍ତାହ ମଧ୍ୟରେ ମନ୍ତ୍ରୀମଣ୍ଡଳ ଏବଂ ଅଧିକାରୀଙ୍କ ସହ ବୈଠକ କରାଯାଇ ଏନେଇ ପଦକ୍ଷେପ ନିଆଯିବ । ଏହାପରେ ରାଜ୍ୟରେ ନୂତନ ନିୟମ ଲାଗୁ ହେବ ।
ରାଜସ୍ଥାନର ପରିବହନ ମନ୍ତ୍ରୀଙ୍କ କହିବାନୁଯାୟୀ, ରାଜ୍ୟରେ ଟ୍ରାଫିକ ନିୟମର ପରିବର୍ତ୍ତନ ଆଇନ ଲାଗୁ ହୋଇଯାଇଛି କିନ୍ତୁ ଆମର କହିବାନୁଯାୟୀ ଜରିମାନା ଲୋକଙ୍କ ପାଇଁ ଅଧିକ ହୋଇଯାଉଛି ।
ପଶ୍ଚିମବଙ୍ଗରେ ମମତା ବାନାର୍ଜିଙ୍କ ନେତୃତ୍ୱରେ ଚାଲୁଥିବା ତୃଣମୂଳ କଂଗ୍ରେସ ସରକାର ରାଜ୍ୟରେ ପ୍ରଥମରୁ ଏହି ନିୟମ ଲାଗୁ କରିବା ପାଇଁ ମନା କରିଦେଇଥିଲେ । ଏନେଇ ରାଜ୍ୟର ପରିବହନ ମନ୍ତ୍ରୀ କହିଛନ୍ତି କି , ଆମେ ପ୍ରଥମରୁ କହିଥିଲୁ ଯେ ରାଜ୍ୟରେ ଏହି ନିୟମ ଲାଗୁ ହେବ ନାହିଁ । ଯେତେବେଳେ କେନ୍ଦ୍ରସରକାର ଏହି ଆଇନ ପାଇଁ ଯୋଜନା ବନାଉଥିଲେ ସେତେବେଳେ ଆମେ ଏହାକୁ ବିରୋଧ କରୁଥିଲୁ ।